ବିଷମକଟକଠାରେ ଟାଟା ପାୱାର ତରଫରୁ ୨୦୨୫ ବର୍ଷ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ପାଳିତ ।

ରାୟଗଡା ;ତା-୩୦/୦୧(ବିଏମସି ଟିଭି ଓଡ଼ିଆ)

ରାୟଗଡା ଜିଲ୍ଲା ବିଷମକଟକଠାରେ ୨୦୨୫ବର୍ଷ ପାଇଁ ଟାଟା ପାୱାର ତରଫରୁ ଜାତୀୟ ସଡ଼କ ସୁରେକ୍ଷା ସଚେତନତା ପାଳନରେ ଆଜି ଟାଟା ପୱେର ରାୟଗଡା ଜିଲ୍ଲାର ସୁରକ୍ଷା ଅଧିକାରୀ ଶ୍ରୀ ଦେବ ଚନ୍ଦନ ଘଡେଇ,ଏଡ଼ମୀନ ଶ୍ରୀ ରାଜେଶ ପାତ୍ର ଓ ବିଷମକଟକର SDO ଶ୍ରୀ

ଦେବଦତ୍ତ ପଟନାୟକ, AE ନିରଞ୍ଜନ ବେହୁରା ଙ୍କ ନିର୍ଦେଶ କ୍ରମେ ବିଷମକଟକ ବିଦ୍ୟୁତ ବିଭାଗ ର ସମସ୍ତ ବିଦ୍ୟୁତ କାର୍ଯ୍ୟକର୍ତା ମାନଙ୍କ ଉପସ୍ଥିତରେ ବିଷମକଟକ ଗ୍ରାମର ଲୋକ ମାନଙ୍କୁ  ସଡ଼କ ସୁରକ୍ଷା ସଚେତନ ପାଇଁ ବିଦ୍ୟୁତ ସବ ଷ୍ଟେସନ କାର୍ଯ୍ୟଳୟ ଠାରୁ ସଡ଼କ ସୁରକ୍ଷା

ନାରା ବାଜି ଦେଇ ବିଷମକଟକ ସହର ପରିକ୍ରମା କରି ସଡ଼କ ସୁରକ୍ଷା ଜୀବନ ରକ୍ଷା,ଦ୍ରୁତଗତି ମହାବୀପତି,ଧୀରେ ଚଳାଇବା ଜାନ ବାହାନ ସୁଖ ରେ ରହିବ ଆମ ଜୀବନ, ମାନିବ ଯଦି ରାସ୍ତା ନିୟମ ଖୁସି ରେ କାଟିବ ଆମ ଜୀବନ ,  କାର୍ଯ୍ୟକ୍ରମ ରେ ଲୋକମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନତା ଉପରେ ଜଣାଇଥିଲେ ।ଏଥିରେ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ବହୁ ସଂଖ୍ୟରେ ଯୋଗଦେଇଥିଲେ। 


ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *