ସ୍ଥାୟୀ ଟ୍ୟାକ୍ସି ଷ୍ଟାଣ୍ଡ୍ ପାଇଁ ଏନ୍‌ଏସିରେ ଟ୍ୟାକ୍ସି ମାଲିକ ସଂଘର ଦାବୀ



ସମ୍ବଲପୁର:ତା.୧୪/୦୫(ବିଏମସି ଟିଭି ଓଡିଆ)



ବରପାଲି ଏନ୍‌ଏସି ଅଞ୍ଚଳରେ ସ୍ଥାୟୀ ଟ୍ୟାକ୍ସି ଷ୍ଟାଣ୍ଡ୍ ନ ଥିବାରୁ ଟ୍ୟାକ୍ସି ମାଲିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାକୁ ନେଇ ଆଜି ଟ୍ୟାକ୍ସି ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟରେ ଦାବୀ କରିଛନ୍ତି।
ବରପାଲିରେ ବରଗଡ଼- ବଲାଙ୍ଗିର ଜାତୀୟ ରାଜପଥ ଉପରେ ବହୁ ବର୍ଷ ହେଲା ଟ୍ୟାକ୍ସି ଷ୍ଟାଣ୍ଡ୍ ଥିଲା । ହେଲେ ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଏବେ ରାସ୍ତା ଉପରେ ଟ୍ୟାକ୍ସି ସବୁ ରହୁଛି । ଆଗକୁ ଶୀତଳ ଷଷ୍ଠୀ ଯାତ୍ରା । ପ୍ରବଳ ଜନସମାଗମ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାସ୍ତା ଉପରୁ ଗାଡ଼ି ସବୁ ହଟାଇବା ପାଇଁ ତାଗିଦ୍ କରାଯାଉଛି । ହେଲେ ପ୍ରଶ୍ନ ଉଠୁଛି ଶହ ଶହ ଗାଡି ରଖିବେ କେଉଁଠି ? ଏନେଇ ଆଜି ଟ୍ୟାକ୍ସି ମାଲିକ ସଂଘର ସଭାପତି କୈଳାଶ ଗହୀର, ସମ୍ପାଦକ ବୈରାଗୀ ପ୍ରଧାନ ସଂଘ ର ଉପଦେଷ୍ଟା କିଶୋର ଦଫାଦାର , ଡ଼୍ରାଇଭର ସଂଘ ସଭାପତି ରାଜିନ ଲୁହା ପ୍ରମୁଖ ବହୁ ସଭ୍ୟ  ସ୍ଥାନୀୟ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀଙ୍କ ସହ ସାକ୍ଷାତ ଆଲୋଚନା କରି ଶୀତଳ ଷଷ୍ଠୀ ଯାତ୍ରା ଯାଏଁ  ବର୍ତ୍ତମାନର ସ୍ଥାନରେ ଟ୍ୟାକ୍ସି ଷ୍ଟାଣ୍ଡ ରହିବ ଏବଂ ଯାତ୍ରା ପରେ କୌଣସି ଉପଯୁକ୍ତ ସ୍ଥାନରେ ସ୍ଥାୟୀ ଟ୍ୟାକ୍ସି ଷ୍ଟାଣ୍ଡ୍ ନିର୍ମାଣ ପାଇଁ ଦାବୀ କରାଯାଇଥିଲା ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *