ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା।

ନୟାଗଡ  ;ତା-୨୮/୦୧(ବିଏମସି ଟିଭି ଓଡ଼ିଆ)

ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ,ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଏକ୍ସ-କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ପ୍ରତିନିଧି ମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଯୋଗଦାନ କରିଥିବା ଶିକ୍ଷାଧିକାରୀଙ୍କୁ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରାଥମିକ ସଂଘ ପକ୍ଷରୁ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ, ଭକ୍ତ ରଞ୍ଜନ ମିଶ୍ର, ଶେଖ ଅବଦୁଲ ଖାଲିକ,ବିଭୁତି ଭୂଷଣ ସାହୁ,ସୁରେଶ ଚନ୍ଦ୍ର ସେଠି, ଲକ୍ଷ୍ମୀଧର ସାହୁ, ସଂଗ୍ରାମ କେଶରୀ ସାହୁ, ସଲିମ ଇବ୍ରାହିମ,ଉମେଶ ସ୍ୱାଇଁ, ରବୀନ୍ଦ୍ର ସାହୁ, ଭଗବାନ ପଣ୍ଡା ପ୍ରମୁଖ ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ।ସୂଚନାଯୋଗ୍ୟ ଯେ ଏଠାରେ ଜିଲ୍ଲା ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା ରାଜଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ୧୭ ତାରିଖ ଦିନ ବିଜ୍ଞପ୍ତି ନଂ ୧୪୪୪ ଅନୁସାରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଯୁଗ୍ମ ନିର୍ଦ୍ଦେଶିକା ଭାବେ ବଦଳି କରିଥିଲେ। ସେହିପରି ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଥିବା ଶ୍ରୀ ପାଣ୍ଡେ ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି।

ନୟାଗଡ  ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *