ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଷମକଟକ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ।

ରାୟଗଡା ; ତା-୦୯/୦୨(ବିଏମସି ଟିଭି ଓଡ଼ିଆ)

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତିନି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ସଭା ରେ ଆଜି  ସୁମିତ୍ରା ପାଢ଼ୀ, ରାମକୃଷ୍ଣ ପରିଛା, ହୃଷିକେଶ ପାଢ଼ୀ,ଙ୍କୁ ଶିକ୍ଷକ କାର୍ଯ୍ୟାଳୟ ରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବଟି ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବଟି ଶିକ୍ଷକ  ମୁରଲୀଧର ବେହେରା ଙ୍କ ପରିଚାଳନା ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଖରାବେଳେ ନଗର ଭୁବନେଶ୍ୱର, ଓଡିଶା ଶାଖା ତରଫରୁ ବିଷମକଟକ ବ୍ଲକ ଶିକ୍ଷକ ସଙ୍ଘର ସଭାପତି ଶିବ ପ୍ରସାଦ ପାଢ଼ୀ, ଉପସଭାପତି ବିଜୟଲଷ୍ମୀ ପଣ୍ଡା, ABO ସୋମନାଥ ବାଡକା, ସହ ସମ୍ପାଦକ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ହୋଇଥିଲେ ।

ଏହି ତିନି ଜଣ ଶିକ୍ଷକ ଙ୍କ ନିଷ୍ଠାପର, କାର୍ଯ୍ୟାଦକ୍ଷତା, ଅତ୍ମୀୟତା ସ୍ନେହ ସମ୍ପର୍କ ର ସୁ କାର୍ଯ୍ୟରେ ଛାତ୍ର ଓ ଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ ର ସୁ ଦକ୍ଷତା ପରିଚାଳନା କରିଥିବା ଉପରେ ଅଭିଭାଷଣ ଦେଇ ସମ୍ବର୍ଦ୍ଧନା ରେ ସମସ୍ତ ଶିକ୍ଷକ ମାନେ ଦୁଃଖ ପ୍ରକାଶ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଶିକ୍ଷକ ମାନେ ଉପସ୍ଥିତ ହୋଇ ଏହି ସମ୍ବର୍ଦ୍ଧନା ଉତ୍ସବ ର ଅଭିଭାଷଣ ପରେ ତିନି ଜଣ ଶିକ୍ଷକ ଙ୍କୁ ମାନପତ୍ର ସହ ଉପଢ଼ୋକନ ପ୍ରଦାନ କରାଯାଇଥିଲା । ସର୍ବଶେଷରେ ମୁରଲୀଧର ବେହେରା ଙ୍କ ଦ୍ୱାରା ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *