ବରପାଲିର ୧୪୮ ତମ ଶୀତଳ ଷଷ୍ଠୀ ଯାତ୍ରାରେ ବ୍ୟୟ ଅଟକଳ ୬୦ ଲକ୍ଷ, ଯୋଗଦେବେ ଏକ ହଜାର କଳାକାର।

ସମ୍ବଲପୁର: ତା.୨୬/୦୫(ବିଏମ୍‌ସି ଟିଭି ଓଡ଼ିଆ)

ବରପାଲିର ୧୪୮ତମ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ବିରାଟ ଆଯେlଜନ, ନୂତନ ମନେ।ରଞନ କାର୍ଯ୍ୟକ୍ରମ ଓ ଏ ଅଞ୍ଚଳର ନୃତ୍ୟ, ଗୀତ, ନାଟକ ସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କୁ ନେଇ ସମାହିତ ହେବ ବେlଲି ଯାତ୍ରା କମିଟିର କର୍ମକର୍ତ୍ତା ଏକ ପ୍ରେସ ମିଟ୍‌ରେ ସୂଚନା ଦେଇଛନ୍ତି। ଏ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ଏକ ହଜାର କଳାକାର ଯୋଗ ଦେବେ ବୋଲି ଯାତ୍ରା କମିଟି ପକ୍ଷରୁ ରବିବାର ଦିନ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସାମ୍ୱାଦିକମାନଙ୍କୁ ସୂଚନା ଦିଆଯାଇଛି। ସୂଚନାନୁସାରେ ଚଳିତ ବର୍ଷ ଆସନ୍ତା ୨୭ ରୁ ଏହି ଯାତ୍ରା ଆରମ୍ଭ ହୋଇ ଜୁନ୍ ୨ ତାରିଖ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କପିଳେଶ୍ଵର ବାବା ୨୭ ତାରିଖ ସନ୍ଧ୍ୟାରେ ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଭଣ୍ଡାର ଗୃହକୁ ଯିବେ, ୨୮ ତାରିଖରେ କନ୍ୟା ମନୋନୟନ ବା ପତର ପେଣ୍ଡି, ୨୯ ତାରିଖରେ ଭୈରବ ବାବାଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା, ୩୦ ତାରିଖ ସକାଳେ ଗଣ୍ଠିଆଳ ଫିଟା ଓ ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ସ୍ଥାନୀୟ ତହସିଲ ଛକରୁ ବରାନୁଗମନ ଶୋଭାଯାତ୍ରା ଆରମ୍ଭ ହୋଇ ହିମାଦ୍ରି ନଗର ପହଞ୍ଚିବା ପରେ ପରଦିନ ବୈଦିକ ରୀତିରେ ଦେବ ଦମ୍ପତ୍ତିଙ୍କ ବୈବାହିକ କାର୍ଯ୍ୟ ଅନୁଷ୍ଠିତ ହେବ। ୩୧ ତାରିଖରେ ଦେବ ଦମ୍ପତ୍ତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ବା ବୈଠକି ଯାତ୍ରା, ଜୁନ ୧ ତାରିଖ ସନ୍ଧ୍ୟାରେ ଲମ୍ବନି ଶୋଭାଯାତ୍ରା ଓ ୨ ତାରିଖ ଦିନ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବା ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରାର ବିରତି ହେବ ବୋଲି ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁ ସୂଚନା ଦେଇଥିଲେ।

ଅନ୍ୟ ପକ୍ଷରେ ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶାର ଢେଙ୍କାନାଳ ଘଣ୍ଟ ବାଦ୍ୟ, କଳାହାଣ୍ଡି ଘୁମୁରା ସହ ମହାରାଷ୍ଟ୍ର, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଏକ ହଜାର କଳାକାର ଯୋଗ ଦେବେ ବୋଲି କମିଟିର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ସୂଚନା ଦେଇଥିଲେ। ସେହିପରି ଯାତ୍ରାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି ତାରକାସୁରର ଦରବାର, ହାଇସ୍କୁଲ ପଡିଆରେ ମୀନା ବଜାର ଓ ନଟରାଜ ଉତ୍ସବ ଆଦି ଅନୁଷ୍ଠିତ ହେବା ସହ ସହରର ବିଭିନ୍ନ ଛକ ଜାଗାରେ ପ୍ରତ୍ୟହ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି , ସମ୍ପାଦକଙ୍କ ସମେତ ଚଳିତ ବର୍ଷର କନ୍ୟାପିତା ସଞ୍ଜୟ ମେହେର ଓ ଯାତ୍ରା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ସହ ପାନୀୟ ଜଳ ଯୋଗାଣ, ଶୌଚାଳୟ ଆଦିର ବ୍ୟବସ୍ଥା କରାଯିବ ବୋଲି କମିଟି ସୂତ୍ରରୁ ପ୍ରକାଶ। ଅନ୍ୟ ପକ୍ଷରେ ପ୍ରବଳ ଭିଡ ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ରବିବାର ସନ୍ଧ୍ୟାରେ ବରଗଡ଼ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଏଥିରେ ତହସିଲଦାର ରୁକ୍ମଣ କୁମାର ମେହେର, ନଗର ପାଳ ଦିନେଶ ଗହୀର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ବହୁ ପଦସ୍ଥ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *