ଦଶପଲ୍ଲା ମହାବୀର ବଣିକ ମହାସଂଘର ୧୪ ତମ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ପାଳିତ।

ନୟାଗଡ଼/ଦଶପଲ୍ଲା ; ତା-୦୪/୦୩ ( ବିଏମସି  ଟିଭି ଓଡ଼ିଆ )

ଦଶପଲ୍ଲା ଏନଏସି ଅନ୍ତର୍ଗତ ମହାସଂଘ ନିଜସ୍ବ କାର୍ଯାଳୟ ଠାରେ ମଙ୍ଗଳ ବାର ଦିନ ମହାସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମହାସଂଘର ସଭାପତି ଅଲେଖ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୧୪ଗୋଟି ବଣିକ ସଂଘର ଏବଂ ମହାସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ଯରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଙ୍କ ସହିତ ମହାବୀର ବଣିକ ମହାସଂଘ ର ସଭାପତି ଅଲେଖ କୁମାର ସାହୁ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ଓ ସମସ୍ତ ବଣିକ ସଙ୍ଘ ର ସଭାପତି ଓ ସମ୍ପାଦକ ଉପସ୍ଥିତ  ଥିଲେ।

ବଣିକ ମହା ସଂଘର ଉର୍ନ୍ନତିକରଣ ବିଷୟରେ ଆଲୋଚନା କରାଯାଇଥିଲା । ଏଥିପୂର୍ବରୁ ମହାସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଦଶପଲ୍ଲା ସହର ପରିକ୍ରମା କରି ସଭା ସ୍ଥଳରେ ସମସ୍ତେ ପହଞ୍ଚି ଥିଲେ।ତ୍ରିନାଥ ବଜାର ର ୧୪ ଜଣ ଦୋକାନୀ ଭାଇ ଙ୍କୁ ଥଇଥାପନା କରିବା, ଆମିଷ ଦୋକାନ ଗୁଡିକ ପାଇଁ ସୁବ୍ୟବସ୍ଥିତ କରିବା ନାରାୟଣ ଗଞ୍ଜ ହାଟ ର ଆବର୍ଜନା କୁ ନିୟନ୍ତ୍ରଣ କରିବା, ମାର୍କେଟ କମ୍ପ୍ଲେକ୍ସ କୁ ଖୁଵ ଶୀଘ୍ର ଉପଯୋଗୀ କରିବା, ଦଶପଲ୍ଲା ର ସମସ୍ତ ବଣିକ ସଙ୍ଘର ବିଭିନ୍ନ ସ୍ଥାନରେ ଶୌଚାଳୟ ସ୍ଥାପନ କରିବା, “ମୋ ଦଶପଲ୍ଲା ” ସେଲଫି ପଏଣ୍ଟ ନିର୍ମାଣ କରିବା, ସମସ୍ତ ସଙ୍ଘର ଭାଇ ମାନେ ଏକତ୍ରିତ ଭାବେ ରହି ଭାଇଚାରାର ଉଦାହରଣ ସୃଷ୍ଟି କରିବା ଆଦି ଅନେକ ପ୍ରସଙ୍ଗ ଏହି ସଭାରେ ସ୍ଥାନ ପାଇଥିଲା।

ତେବେ ବିଧାୟକ ମହୋଦୟ ସମସ୍ତ ସମସ୍ୟା କୁ ଗୁରୁତ୍ୱ ଦେଇ ସମାଧାନ କରିବାକୁ କଥା ଦେଇଥିଲେ। ଶେଷରେ ବିଜୟ କୁମାର ଅଗ୍ରୱାଲ, ରବୀନ୍ଦ୍ର କୁମାର ସାହୁ ଓ ଦୁର୍ଗାବଜାର ର କମିଟି କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଣିକ ମହାସଂଘ ତରଫରୁ ଏକ ବ୍ଲଡ଼ ଡୋନେସନ କ୍ୟାମ୍ପ କରିବାକୁ ଏକ ସୁନ୍ଦର ପପ୍ରସ୍ତାବ ଅଗ୍ରୱାଲ ମହାଶୟ ଦେଇଥିଲେ। ତେବେ ଏହି ସଭା ପାଇଁ ସକାଳ ଠାରୁ ଦିନ ୩ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ  ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା  ।

Leave a Reply

Your email address will not be published. Required fields are marked *