ବିଦ୍ଯାବିକାଶ ନିକେତନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ  ।


ବୋଲଗଡ ; ତା-୧୨/୦୧ (ବିଏମସି ଟିଭି ଓଡ଼ିଆ)

ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ସାଗରଗୁଆଁ ସ୍ଥିତ ବିଦ୍ଯାବିକାଶ ନିକେତନର ୧୮ବର୍ଷ ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ବିଦ୍ୟାଳୟ ପରିସରରେ  ଅନୁଷ୍ଠିତ ହୋଇଯାଇଛି  । ଏହି ବାର୍ଷିକ ଉତ୍ସବରେ ଡକ୍ଟର କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ମୁଖ୍ଯ ଅତିଥି ଭାବେ  ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ , ମୁଖ୍ଯ ବକ୍ତା ଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ  ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ଯ ସୁବାଷ ଚନ୍ଦ୍ର ରାୟଗୁର, ସ୍ଥାନୀୟ ସରପଞ୍ଚ  ରମାମଣୀ ଦେଇ, ଶିକ୍ଷକ ବିଜୟ କୁମାର ସାହୁ  ,  ଶିଶିର କୁମାର ଆଚାର୍ଯ୍ଯ  , ସମାଜସେବୀ ରବିନ୍ଦ୍ର କୁମାର ପରିଡା ପ୍ରମୁଖ ଯୋଗ ଦେଇ  ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ  ଫୁଲ, ଚନ୍ଦନ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ  ।

ଉସ୍ଚବର ପ୍ରାରମ୍ଭରେ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ବେଦ ପାଠ କରିଥିଲେ  ।  ସମସ୍ତ ନିମନ୍ତ୍ରିତ ଅତିଥିମାନେ  କୃତି ଶିକ୍ଷକ ଶିକ୍ଷୟତ୍ରୀ , ସମାଜସେବୀ , ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ, ପୂର୍ବତନ ସରପଞ୍ଚ, ସମିତିସଭ୍ଯ , ସାମ୍ବାଦିକ ପ୍ରମୁଖଙ୍କୁ ଉତ୍ତରୀୟ  ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ  ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ  ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ  । 

ଶିକ୍ଷାବିତ ଡଃ କୃଷ୍ଣଚନ୍ଦ୍ର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶୈଳେନ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଗୁରୁମା ମିତାରାଣୀ ଦେଇ , ମଧୁସ୍ମିତା ବଳିୟାରସିଂହ, ମମତା ପ୍ରଧାନ ପ୍ରମୁଖଙ୍କ ମିଳିତ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ଗୁରୁମା ସୁଷମା ଜେନା ବାର୍ଷିକ ବିବରଣୀ ପଠନ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଗୁରୁମା ସୋନାଲୀ ସାମନ୍ତସିଂହାର, ଶ୍ରଦ୍ଧାଞ୍ଜଳୀ ମହାନ୍ତି , ବୈଶାଖୀ ଦାସ , ସରିତା ପ୍ରିୟଦର୍ଶିନୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ଗୁରୁଜୀ ଜିତେନ୍ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *