ଭୁବନେଶ୍ୱର ; ତା-୦୮/୧୨ (ବିଏମସି ଟିଭି ଓଡ଼ିଆ )
ଇଣ୍ଡିଆନ ଡ୍ୟାନ୍ସ ଏକାଡେମୀ ତରଫରୁ ଜୟଦେବ ବିହାର ଜାଭିୟର୍ସ ଛକ ସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଭାରତୀୟ କଳାଶ୍ରୀ ସମ୍ମାନ ୨୦୨୪ର ଗୁରୁସମ୍ମାନ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି। ସର୍ବପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଭାରତୀୟ ଜନତା ପାର୍ଟିର ଉପସଭାପତି ଶ୍ରୀଯୁକ୍ତ ଗୋଲକ ପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଅନ୍ୟାନ୍ୟ ଅତିଥିଭାବେ ଚାରଣ ଦେବବ୍ରତ ସିଂହ, ନାରାୟଣ ବେହେରା, ଗୁରୁଶ୍ରୀ ସନାତନ ନାୟକ,ଗୁରୁଶ୍ରୀ ଡଃ ମନୋଜ ବେହେରା, ସମାଜସେବୀ ପ୍ରତାପ ପାଣି, ଚାରଣ ପ୍ରକାଶ ପାଣି ପ୍ରମୁଖ ଯୋଗଦାନ କରିଥିଲେ। ଓଡ଼ିଶୀ ନୃତ୍ୟକୁ ମହାପ୍ରଭୁଙ୍କ ଶ୍ରୀଚରଣରେ ସମର୍ପିତ କରି ଜୀବନରେ ବ୍ରତ ଭାବରେ ନୃତ୍ୟ ସାଧନ କରିଲେ ଜୀବନରେ ସାର୍ଥକତା ଆସିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାତ୍ର ଉପସ୍ଥିତ ନୃତ୍ୟଶିଳ୍ପୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମହାପାତ୍ର ତାଳି ମାରିବା ରୋଗନାଶକ ବୋଲି କହିବା ସହିତ ଦୀର୍ଘ ସମୟ ତାଳିର ଏକ ଶବ୍ଦ ଆସର ସୃଷ୍ଟି କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଡଃ ମନମୋହନ ଶର୍ମାଙ୍କ ଆୟୋଜନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀର ଉପଦେଷ୍ଟା ଚାରଣ ଲିଙ୍ଗରାଜ ପତି ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନପ୍ରାନ୍ତରୁ ଆସିଥିବା ଗୁରୁ ବର୍ଗମାନଙ୍କ ମଧ୍ୟରୁ ମୁଖ୍ୟ ଅତିଥିଙ୍କ କରକମଳରେ ରାଉରକେଲାର ଗୁରୁ ଶ୍ରୀମତୀ ପୁଷ୍ପା ମିଶ୍ର, ବାଲେଶ୍ବରର ଗୁରୁ ଶ୍ରୀ ପ୍ରଦୀପ ବେହେରା, ପୁରୀର ଗୁରୁ ଶ୍ରୀ ମନୋଜ କୁମାର ପ୍ରଧାନ ଏବଂ ଭୁବନେଶ୍ଵରର ଗୁରୁ ଶ୍ରୀମତୀ ସ଼ଂନ୍ଧ୍ୟା ମହାପାତ୍ରଙ୍କୁ ଭାରତୀୟ କଳାଶ୍ରୀ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ସଭାକାର୍ଯ୍ୟ ସମାପନ ପରେ ଚାରଣ ଦେବବ୍ରତ ସିଂହ ଏବଂ ଚାରଣ ନାରାୟଣ ବେହେରା ମହାପ୍ରଭୁଙ୍କ ଦିବ୍ୟ କଥାମୃତ ସମସ୍ତଙ୍କ ଆଗରେ ପରିବେଷଣ କରିଥିଲେ। ଏହାପରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ତିନିଦିନ ଧରି ଉକ୍ତ କାର୍ଯ୍ୟକ୍ରମରେ ବହୁ କଳାପ୍ରମୀ ଯୋଗଦାନ କରି ଓଡିଶୀନୃତ୍ୟକୁ ପ୍ରୋତ୍ସାହନ କରିଡାପାଇଁ ଗୁରୁ ଡଃ ମନମୋହନ ଶର୍ମା ନିବେଦନ କରିଥିଲେ।
ଭୁବନେଶ୍ୱର ରୁ ସିଟି ରିପୋର୍ଟର ପ୍ରିୟଙ୍କା ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।