ବିକାଶ ନଗର ଠାରେ ୨୪ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ।

ରାଇରଙ୍ଗପୁର  ;ତା-୧୬/୦୨(ବିଏମସି ଟିଭି ଓଡ଼ିଆ)

ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିକାଶନଗର (ଦୁବୁଲାବେଡା)ଗ୍ରାମର ଜନ କଲ୍ୟାଣ ଯୁବକ ସଂଘ  ଆନୁକୂଲ୍ଯରେ ସ୍ଥାନୀୟ ଇନ୍ଦିରା ପଡିଆ ଠାରେ ୨୪ ତମ ବାର୍ଷିକ କ୍ରୀଡା ଓ ନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ରବିବାର ଦିନ କ୍ରୀଡା ମଧ୍ଯରେ ଶିଶୁ ବାଳକବାଳିକାମାନଙ୍କର ୨୦୦ ମିଟର ଏବଂ ୪୦୦ ମିଟର ଦୌଡ , ସାଧାରଣ ଜ୍ଞାନ ପରୀକ୍ଷା ଓ ବାଳିକା ମାନଙ୍କ ମିଉଜିକ ଏଣ୍ଡ ଚେୟାର,ସ୍ପାମ ପୋଟାଟୋ ଦୌଡ଼, ବାଳକମାନଙ୍କର ୮୦୦ ମିଟର ଦୌଡ, ବାଳିକାମାନଙ୍କର ୪୦୦ ମିଟର ଦୌଡ ଓ  ମହିଳାମାନଙ୍କର ବେଲୁନ ପାସିଙ୍ଗ ଖେଳ ମୁଖ୍ୟ ଥିଲା । ଉକ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଉପଦେଷ୍ଟା ମଣ୍ଡଳୀ ମାନଙ୍କ ମଧ୍ୟରେ ମୁଖ୍ଯ ଭାବେ ହରମୋହନ ମହାନ୍ତ,ପ୍ରସଂଜିତ ମହାନ୍ତ, ହେମନ୍ତ କୁମାର ମହାନ୍ତଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜନ କଲ୍ୟାଣ ଯୁବକ ସଙ୍ଘର ସଭାପତି ଯଯାତି କେଶର ମହାନ୍ତ, ସଂପାଦକ ଦୀପକ ମହାନ୍ତ ଏବଂ କମିଟି ସଭ୍ୟ ମାନଙ୍କ ମଧ୍ୟରେ ଟିକାୟତ, ଆଶିଷ ମହାନ୍ତି, ଜ୍ୟୋତି ପ୍ରକାଶ, ଗଗନ ରାଉତ, ଧନ୍ଦ,ଆୟୁଷ, ବାବି, ଦିଲ୍ଲୀପ, ବିଜୟ, ବିଭୁ, ଦୀପୁ, ବିଟ୍ଟୁ, ଅବନୀ ସାରଙ୍କ ସହିତ ଅନ୍ୟାନ୍ୟ  ପ୍ରମୁଖ ଯୋଗ ଦେଇ କ୍ରୀଡା ଓ ନୃତ୍ଯରେ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ ।ଉକ୍ତ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତାକୁ ଉପଭୋଗ କରିବା ପାଇଁ ରାଇରଙ୍ଗପୁର ତଥା ଆଖ ପାଖ ଅଞ୍ଚଳରୁ ଲୋକେ ଭିଡ଼ ପରିଲକ୍ଷିତ ହୋଇ ଥିଲା।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *