୨୫ ତମ ଶିତଳଷଷ୍ଠୀ ପାଳିତ,ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ।

ବଲାଙ୍ଗୀର ;ତା-୦୨/୦୬(ବିଏମସି ଟିଭି ଓଡ଼ିଆ)

ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୫ ତମ ବର୍ଷରେ ପଦାର୍ପଣ କଲା । ଟିଟିଲାଗଡ଼ର ପ୍ରସିଦ୍ଧ ଶୀତଳଶଷ୍ଠୀ ଯାତ୍ରା ଟିଟିଲାଗଡ଼ର ପୂର୍ବତନ ନଗାରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ଆବାହକତ୍ୱରେ ଶନିବାର ସନ୍ଧ୍ୟାରେ ଦେବ ନିମନ୍ତ୍ରଣ କରାଯାଇଥିଲା। ଚଳିତ ବର୍ଷ ଵର ପିତାମାତା ଭାବେ ସିରଭଟା ପଡ଼ାର ମହେନ୍ଦ୍ର କୁମାର ରାଉତ ଏବଂ ସପତ୍ନି ମେନକା ରାଉତ ସୌଭାଗ୍ୟ ଅର୍ଜନ କରିଥିଲେ। ଶନିବାର ଦିନ, ସଂଧ୍ୟା ଚାରିଟା ସମୟ ରେ ଅଳଙ୍କାର ଧାରଣ,ଓ ରାତ୍ର ଆଠ ଘଣ୍ଟା, ବର ପିତାମାତା, ତାଙ୍କର ସମ୍ପର୍କୀୟଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପ୍ରଭୁ ମହାଦେବଙ୍କୁ ଧରି ବରଯାତ୍ରୀ ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଡିଜେ ର ତାଳେ ତାଳେ ଝୁମି ନାଚି ହାଟପଦା ପଡ଼ା ସ୍ଥିତ ପ୍ରହରୀ ମଣ୍ଡପକୁ ଆସିଥିଲେ । କନ୍ୟା ପିତାମାତା ଭାବେ ହାଟପଦା ପଡ଼ାର ସୀତାରାମ ବେହେରା ଏବଂ ସପତ୍ନି ରେଣୁକା ବେହେରା ଏବଂ ପଡ଼ାବାସି ବର ପକ୍ଷକୁ ପାଛୋଟି ଆଣିଥିଲେ। ତାପରେ ରାତି ୧୧.୩୦ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଏହି ଉତ୍ସବକୁ ଦେଖିବାକୁ ଆସିଥିବା ହଜାର ହଜାର ଭକ୍ତଙ୍କୁ ଶୀତଳ ଷଷ୍ଠୀ କମିଟି ପକ୍ଷରୁ ଭୋଗ ବଣ୍ଟନ କରାଯାଇଥିଲା। ଏହି ଯାତ୍ରାକୁ ସୁରୁଖୁରୁରେ ସଞ୍ଚାଳନ କରିଥିଲେ କମିଟିର ସଭାପତି ଶ୍ରୀପତି ସାହୁ, ସମ୍ପାଦକ ସୁଧୀର ଘଡେ଼ଇ, କୋଷାଧ୍ୟକ୍ଷ ପ୍ରଭାକର ସରାଫ, ସଦସ୍ୟ ଧଳା କାହୁଁ ବୁଡେକ୍, କାର୍ତ୍ତିକ, ନାଏକ,ଟିକେଲାଲ ସେଠ,ସତ୍ୟଜିତ ଷଡ଼ଙ୍ଗୀ,ସଂଜୀବ ତ୍ରିପାଠୀ, କିଶୋର ନାଗ, ନରୀନ ରଣା, ଶିବ ବେହେରା,ମତୁଆଲ ବେହେରା,ପ୍ରଶନ ବାଗ, ଶିବୁନ ବାଗ, ଜିତେନ୍ ବାଗ, ସୁନା ବେହେରା, ଘୁରଲୁ ବେହେରା, କାଳୁ ବେହେରା, ହରି ମନହିରା, ଦିଲୀପ ଷଡ଼ଙ୍ଗୀ,ଉପଦେଷ୍ଟା କମିଟିର ଶ୍ରୀ ଲିଙ୍ଗରାଜ ସାହୁ, ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ, ହାଟପଦା ପଡା ର ସମସ୍ତ ମହିଲା ମାନେ ରହିଛନ୍ତି। ସେହିପରି ରବିବାର ସଂଧ୍ୟାରେ ଦେବ ଦମ୍ପତିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *