ମା ଭୂଇଁଆଣି ପୀଠ ରେ ୨୯ତମ ରାସ ଉତ୍ସବ ପାଳିତ।

ନୟାଗଡ ;ତା-୧୨/୦୨(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ର ମା ଭୂଇଁଆଣି ପୀଠ ରେ ୨୯ତମ ବାର୍ଷିକ ରାସ ଉତ୍ସବ ପାଳିତ ହୋଇଯାଇଛି। ଦଶପଲ୍ଲା ଗଣିଆ ଯିବା ରାସ୍ତାର ଘୋଳାହାଣ୍ଡି ନିକଟରେ ଏହି ମା ଭୂଇଁଆଣି ପୀଠ ଅବସ୍ଥିତ।

ପୁରାଣ ଶାସ୍ତ୍ର ଅନୁସାରେ ମା ଭୂଇଁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ବର୍ଣିତ ଅଛି। ତେବେ ଏହି ପୀଠରେ ପ୍ରତି ବର୍ଷ ଭଳି ଏ ବର୍ଷ ମା ଙ୍କର ୨୯ତମ ବାର୍ଷିକ ଉତ୍ସବ ବଡ ଧୂମଧାମ ରେ ପାଳିତ ହେଉଅଛି। ପରମ୍ପରା ଅନୁଯାୟୀ ଏହି କୁମ୍ଭ ସଂକ୍ରାନ୍ତି ମା ଙ୍କ ପାଖରେ ପୂଜାର୍ଚନା କରାଯାଏ। ବିଭିନ୍ନ ପ୍ରକାର ର ଦୋକାନ ର ଗହଳି ମଧ୍ୟ ଲାଗିଅଛି।ଦିନରେ ଘୁଡୁକି ଓ ନବରଙ୍ଗି ନାଚ ହୋଇଥିବା ବେଳେ ରାତିରେ ରାମ ନାଟକ ହୋଇଥିଲା।

ଏଥିରେ ସଭାପତି ହୃଦାନନ୍ଦ ପରିଡ଼ା, ସମ୍ପାଦକ ଟୁନା ପରିଡ଼ା, ବୁଲୁ ପରିଡ଼ା, ଯୁଧିଷ୍ଟିର ପ୍ରଧାନ ମା ଭୂଇଁଆଣିଙ୍କ ପୂଜକ ବିରଞ୍ଚି ଜାନୀ ଓ ଗ୍ରାମବାସୀଙ୍କ ସହୋଯୋଗ କରିଥିଲେ । ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଯାତ୍ରାରେ ଦୋକାନ ବଜାର ସାଙ୍ଗରେ ମିନବଜାର ପଡ଼ିଥିଲା। ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ସମସ୍ତେ ମନଭରି ଉପଭୋଗ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *