ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ରାଇରଙ୍ଗପୁର ;ତା-୨୩/୧୨(ବିଏମସି ଟିଭି ଓଡ଼ିଆ)

ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ରାଇରଙ୍ଗପୁର ର ୩୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡର ଉପଜିଲ୍ଲାପାଳ  ସୌମ୍ଯ ରଂଜନ ପ୍ରଧାନ, ମୁଖ୍ଯ ବକ୍ତା ଭାବେ ଖଗେଶ୍ବର ମହାନ୍ତ , ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜଲେନ ନାଏକ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀମାନ ମନୋଜ କୁମାର ମହାନ୍ତ ଓ ସ୍ଥାନୀୟ ଏବିଇଓ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର କାରୁଆ ଯୋଗ ଦେଇଥିଲେ ।

ଏହି ଅବସରରେ ଶିଶୁମାନଙ୍କୁ ନୂତନ ଶିକ୍ଷାନୀତି ବିଷୟରେ ସମ୍ଯକ ଧାରଣା ଦେଇଥିଲେ । ଚଳିତ ଶିକ୍ଷାବର୍ଷ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ତଥା ମେଟ୍ରିକ ପରୀକ୍ଷାରେ ବାମନଘାଟୀ ଉପଖଣ୍ଡରୁ ସର୍ବାଧିକ ନମ୍ବର ରଖି ବିଦ୍ଯାଳୟର ସୁନାମ ଆଣି ଦେଇଥିବା ଦୁଇ ଛାତ୍ର ବୁଦ୍ଧେଶ୍ବର ମୁର୍ମୁ ଓ ଶ୍ରୀମାନ ସତ୍ଯପ୍ରକାଶ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ଅଖିଳ ଭାରତୀୟ ଖେଳକୁଦ ସମାରୋହରେ ଭାଗ ନେଇ ତୃତୀୟ ପୁରସ୍କାର ପାଇ ବିଦ୍ଯାଳୟକୁ ଗର୍ବିତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ଅବସରରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ଯ ଚିତରଞ୍ଜନ ମହାନ୍ତ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ କମଳାକାନ୍ତ ମହାନ୍ତ ଅତିଥି ପରିଚୟ କରିଥିଲେ । ବିଦ୍ଯାଳୟର ଉପସଭାପତି ଶ୍ରୀଯୁକ୍ତ ଧିରେନ ମହାନ୍ତ ଧନ୍ଯବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

ରାଇରଙ୍ଗପୁର ରୁ ଉତ୍ତମ ରମଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *