୩୪ତମ ପବିତ୍ର ବାର୍ଷିକ ଦୋଳଉତ୍ସବ ଅନୁଷ୍ଠିତ। ସୃଜନ ଓ ସ୍ପନ୍ଦନ ହିଁ ଦୋଳ।

ବୋଲଗଡ଼ ; ତା-୧୪/୦୩ ( ବିଏମସି ଟିଭି ଓଡ଼ିଆ )


ଖୋଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନୟାପାଟଣା ଗ୍ରାମରେ ବୋଲଗଡ଼ ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର ୩୪ତମ ବାର୍ଷିକ ପବିତ୍ର ଦୋଳଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି ।


ଆଜିର ଦୋଳଉତ୍ସବର ପ୍ରାରମ୍ଭରେ ନୟାପାଟଣା ଓ ବେଲପଦର ଗ୍ରାମରେ ନଗର କିର୍ତନ କରି ନଗର ପରିକ୍ରମା ହୋଇଥିଲା। ପରେ ପରେ ସତସଙ୍ଗର ଆୟୋଜିତ ହୋଇଥିଲା।

ଏହି ସତସଙ୍ଗରେ ଖୋର୍ଦ୍ଧାର ସୁଧାକର ସାହୁ ଭାଇ ସତ୍ୟାନୁସରଣ ପଠନ କରିଥିବା ବେଳେ ନୟାଗଡର ବୁଲୁ ଭାଇ ନାରୀର ନୀତି ପଠନ କରିଥିଲେ।


ଆଜିର ସତସଙ୍ଗକୁ ସହ ପ୍ରତିଋତ୍ଵିକ ପ୍ରଭାକର ରଥ ପରିଚାଳନା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସହ ପ୍ରତିଋତ୍ଵିକ ପ୍ରଭାତ କୁମାର ସାହୁ ଦୋଳାଉତ୍ସବ ଉପରେ ଶ୍ରୀ ଶ୍ରୀଠାକୁର ଙ୍କ କୁହା ଥିବା କଥା ଆଲୋଚନା କରିଥିଲେ।


ସୃଜନ ଓ ସ୍ପନ୍ଦନ ହିଁ ଦୋଳ , ଭଗବାନ ଶ୍ରୀଚୈତନ୍ୟ ଦେବଙ୍କ ଜନ୍ମ ଦିନରେ ଗ୍ରାମରେ ଗ୍ରାମରେ ଆମେ ଦୋଳଉତ୍ସବ ପାଳନ କରୁଛେ, କିନ୍ତୁ ଏହି ଅବତାର ପୁରୁଷଙ୍କ ପଥ ଅନୁସରଣ କରିବାକୁ ହେବ
ବୋଲି ଉପସ୍ଥିତ ରିତ୍ବିକ ଦେବତା ମାନେ ଯାଜନ କରିଥିଲେ।


ଆଜିର ଦୋଳଉତ୍ସବ କୁ ନୟାପଟଣା ଓ ବେଲପଦର ଗ୍ରାମର ସମସ୍ତ ଗ୍ରାମବାସୀ ଓ ବୋଲଗଡ଼ ସତସଙ୍ଗ କେନ୍ଦ୍ରର ସମସ୍ତ ଗୁରୁଭାଇ ଓ ମାଆମାନଙ୍କ ସହଯୋଗରେ ସତସଙ୍ଗ ହୋଇଥିଲା।

ଆଜିର ଦୋଳଉତ୍ସବକୁ ବୋଲଗଡ଼ ସତସଙ୍ଗ କେନ୍ଦ୍ରର ଗୁରୁଭାଇ ବୈକୁଣ୍ଠ ବାରିକ, ନବକିଶୋର ସାମଲ, କୈଳାସ ଚନ୍ଦ୍ର ମହାପାତ୍ର, କମଳ ଲୋଚନ ନାୟକ, ରତ୍ନାକର ମହାପାତ୍ର, ଦାସରଥି, ତପନ, ସୁକାନ୍ତ, ପ୍ରକାଶ, ବିନାୟକ, କରୁଣା, ଆଦିତ୍ୟ , ଦିବ୍ୟ ପାତ୍ର ପ୍ରମୁଖ ଭାଇମାନେ ପରିଚାଳନା କରିଥିଲେ।

ପରିଶେଷରେ ସହ ପ୍ରତି ରିତ୍ବିକ ପ୍ରଭାକର ରଥ ଆଜିର ଦୋଳଉତ୍ସବରେ ସ୍ବତନ୍ତ୍ର ସତସଙ୍ଗ କାଯ୍ୟକ୍ରମ କୁ ଶ୍ରୀ ଶ୍ରୀଠାକୁର ଙ୍କ ନିକଟରେ ଅର୍ଘ୍ୟ ନିବେଦନ କରିଥିଲେ।

ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *