୬୧ତମ ବାର୍ଷିକ କ୍ରୀଡା ଓ ନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ।

ମୟୂରଭଞ୍ଜ  ; ତା-୦୧/୦୨(ବିଏମସି ଟିଭି ଓଡ଼ିଆ)

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ଜୟପୁର  ପଞ୍ଚାୟତ ନିକଟସ୍ତ ଉକାମ ଠାରେ ଥିବା ବିଡିସି କ୍ଲବ ଆନୁକୂଲ୍ଯରେ ପାରମ୍ପାରିକ  ୬୧ତମ ବାର୍ଷିକ କ୍ରୀଡା ଓ ନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ରୀଡା ମଧ୍ଯରେ କୃଷି ପ୍ରଦର୍ଶନୀ, ବୟସ୍କମାନଙ୍କ ୧୫୦୦ ମିଟର ଦୌଡ, ବାଳକମାନଙ୍କ ୮୦୦ ମିଟର ଦୌଡ, ବାଳିକାମାନଙ୍କ ୮୦୦ ମିଟର ଦୌଡ, ଶିଶୁ ବାଳକ ଓ ବାଳିକା ମାନଙ୍କର ବୁଦ୍ଧି ପରୀକ୍ଷା, ରେକର୍ଡ ଡ୍ଯାନ୍ସ, ୨୦୦ ମିଟର ଦୌଡ, ମହିଳାମାନଙ୍କର ଝିଲାପି ଖିଆ, ପାଣି କଳସ ସହ ଦୌଡ ଓ ବେଲୁନଫଟା ତଥା ଆଦିବାସୀ ନୃତ୍ଯ  ଡ୍ରାମାନାଚ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ସମ୍ମାନିତ ଅତିଥି ଭାବେ ମୟୂରଦର ଗ୍ରାମ ପଞ୍ଚାୟତ ସରପଞ୍ଚ  ସୀମା ମାଝୀ, ମୟୂରଦର ଗ୍ରାମ ପଞ୍ଚାୟତ ପଞ୍ଚାୟତସମିତି ସଭ୍ଯ ଦୁଃଖିଶ୍ଯାମ ମଣ୍ଡଳ,

ସୁଲେଇପାଟ ଏମଇ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ବିପିନ କୁମାର ସାହୁ ଓ ଦ୍ବାରିକାନ୍ତ ମହାନ୍ତ ପ୍ରମୁଖ ଯୋଗ ଦେଇ କ୍ରୀଡା କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ,ବୟସ୍କ ଓ ମହିଳାମାନଙ୍କୁ  ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରିଥିବା ବେଳେ ଡ୍ରାମାନାଚରେ ପ୍ରଥମ ଓ ଦ୍ବିତୀୟ ଙ୍କୁ ଅର୍ଥରାଶି ପ୍ରଦାନ କରିଥିଲେ ।ଏଥିରେ କମିଟୀର ସଭାପତି ବିରେଶ ଚନ୍ଦ୍ର ମହାନ୍ତ, ସମ୍ପାଦକ ସୁରେଶ ଚନ୍ଦ୍ର ମହାନ୍ତ, ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାନ୍ତ, ରାଜକିଶୋର ମହାନ୍ତ, ପିଥ ସୋରେନ, ବ୍ରଜକିଶୋର ମହାନ୍ତ ତଥା କାର୍ଯ୍ଯକାରୀ ସଦସ୍ଯଗଣ ବିଜୟ କୁମାର ମହାନ୍ତ, ଚିତରଂଜନ ମହାନ୍ତ, ଗୌତମ କିଶୋର ମହାନ୍ତ, ସରୋଜ କୁମାର ମହାନ୍ତ, ସୁବ୍ରତ କୁମାର ମହାନ୍ତ ଓ ସୁମନ ମହାନ୍ତ ପ୍ରମୁଖ  ପରିଚାଳନାରେ ସାହାଯ୍ଯ ଓ ସହଯୋଗ କରିଥିଲେ । ଏଥିସହିତ ମୀନାବଜାର ଓ ଝୁମର ମେଲୋଡି ଲୋକମାନଙ୍କୁ ଅତିଆନନ୍ଦିତ ଓ ଆକୃଷ୍ଟ କରିଥିଲା । ଉକ୍ତ ପାରମ୍ପରିକ  କ୍ରୀଡା ଓ ଆଦିବାସୀ ନୃତ୍ଯ ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକମାନଙ୍କ  ପ୍ରବଳ ଗହଳି ଦେଖାଯାଇଥିଲା ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *