ଗଞ୍ଜାମ ;ତା-୩୦/୦୬(ବିଏମସି ଟିଭି ଓଡ଼ିଆ)
ଗୋଳନ୍ଥରା ସ୍ତିତ ନିଷ୍ଟ ବିଶ୍ବବିଦ୍ୟାଳୟର ଓଡିଶା ବାସ୍କେଟବଲ ଆସୋସିଏସନ୍ କଟକ ପକ୍ଷରୁ ଆୟୋଜିତ ୬୧ତମ ରାଜ୍ୟ ବାସ୍କେଟବଲ ଚାମ୍ପିୟନସିପ୍ (ଜୁନିୟର ବାଳକ ଓ ବାଳିକା) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ. ଏମ ଶ୍ରବଣ ବିବେକ, ସମ୍ମାନିତ ଅତିଥି ଭାବେ ନିଷ୍ଟ ବିଶ୍ବବିଦ୍ୟାଳୟର ଡିନ୍ ଡ. ପି. ରାଜେଶ କୁମାର, ଓଡ଼ିଶା ବାସ୍କେଟବଲ ସଙ୍ଘର ସଭାପତି ଜ୍ଞାନରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ, ଉପାଧ୍ୟକ୍ଷ ତଥା ବୈଷୟିକ କମିଟିର ଅଧ୍ୟକ୍ଷ ଶରତ ମହାପାତ୍ର, ଓଡ଼ିଶା ବାସ୍କେଟବଲ ସଙ୍ଘର ଉପସଭାପତି ଶ୍ରୀ ନିରୋଜ ବନ୍ଧୁ ଯାଦବ, କୋଷାଧକ୍ଷ ପ୍ରଦୀପ କୁମାର ବେହେରା, ପରିଷଦ ସଦସ୍ୟ ସନ୍ତୋଷ ମହାନ୍ତି, ସତୀଶ ସାହୁ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ରେ ଓଡିଶା ର ବିଭିର୍ନ ଜିଲ୍ଲା ଏବଂ କ୍ଲବ ରୁ ୨୯ ଜଣ ବାଳକ ଦଳ ଏବଂ ୧୪ ଜଣ ବାଳିକା ଦଳ ଅଂଶ ଗ୍ରହଣ କରିଛନ୍ତି । ଆଜିର ପ୍ରତିଯୋଗିତା ରେ ୧୭ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବାଧିକ ୬୪୦ ଜଣ ପ୍ରତିଯୋଗୀ ତଥା ଖେଳ ପରିଚାଳକ, ସ୍ଵେଚ୍ଛାସେବକ ମାନେ ଅଂଶଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗିତା ୨୯ ଜୁନ- ୨ ଜୁଲାଇ ପ୍ରର୍ୟ୍ଯନ୍ତ ଚାଲିବ । ଏହି ପ୍ରତିଯୋଗିତା କୁ ନିଷ୍ଟ ବିଶ୍ବବିଦ୍ୟାଳୟର କର୍ମକର୍ତା ମାନେ ସହଯୋଗ କରିଥିଲେ ।
ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।