ନୟାଗଡ଼ / ରାଜସୁନାଖଳା ; ତା-୧୨/୧୨ ( ବିଏମସି ଟିଭି ଓଡ଼ିଆ)
ନୟାଗଡ଼ ଜିଲ୍ଲା ରାଜସୁନାଖଳା ସରକାରୀ ସିଟିସ୍କୁଲ ପଡ଼ିଆରେ ଗତ ୮ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିଥିବା ଷଷ୍ଠ ରାଜସୁନାଖଳା ମହୋତ୍ସବ, କାଉଁରୀ – ୨୦୨୪ ଆଜି ଗୁରୁବାର ଦିନ ରାତ୍ରରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀତୁଆ ସନ୍ଧ୍ୟାର ସାଂସ୍କୃତିକ ଓ ସାଧାରଣ ସଭାକୁ ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ , ମହୋତ୍ସବ କମିଟି ଉପଦେଷ୍ଟା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପୌରହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର , ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ,ପଞ୍ଚାୟତରାଜ , ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ , ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲା, ସମାଜସେବୀ ଶିବରାମ ମହାପାତ୍ର ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ।
ମାନ୍ୟବର ରାଜ୍ୟପାଳ ନିଜ ବକ୍ତବ୍ୟ ରେ ନୟାଗଡ ଜିଲ୍ଲା ରଣପୁର ଓ ରାଜସୁନାଖଳା ଅଞ୍ଚଳର ବୀର ସ୍ଵାଧୀନତା ସଂଗ୍ରାମରେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ସାହସୀ ବ୍ରିଟିଶ ସରକାରଙ୍କୁ କିଭଳି ଦୋହଲାଇଥିଲା ତାହା ସୂଚନା ଦେଇଥିଲେ । ଏଠାର ଭକ୍ତି ଯୁଗର କବି , ସାହିତ୍ୟିକ ଓ କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ମରଣିକା କାଉଁରୀ ୨୦୨୪ ଉନ୍ମୋଚିତ ହୋଇଯାଇଛି।
ଏଥିରେ ଯୋଗଦେଇଥିବା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜସୁନାଖଳାକୁ ଏକ ଏନଏସି ମାନ୍ୟତା ଓ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପାଇଁ ଦାୟିତ୍ଵ ନେଇଥିଲେ । ମନ୍ତ୍ରୀ ରବି ନାରାୟଣ ନାୟକ ରାଜସୁନାଖଳା ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବିଭିନ୍ନ କୃତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସାଧାରଣ ସଭା ପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କେଳାନାଚ , ଓଡ଼ିଶୀ , ଆଧୁନିକନୃତ୍ୟ , ସମ୍ବଲପୁର ,ଢୋଲମହୁରି , ପ୍ରଭୁତି କଳାକାର ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ପରିବେଷଣ କରିଥିଲେ। ମହୋତ୍ସବ କମିଟିର ସଭାପତି ଚିତରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ କମିଟିର ସମ୍ପାଦକ ଜୟନ୍ଦ୍ର ବେହେରା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।