ନୟାଗଡ଼ : ତା :- ୧୩/୧୨/୨୪ (ବିଏମସି ଟିଭି ଓଡ଼ିଆ)
ରାଜସୁନାଖଳା ସରକାରୀ ସିଟିସ୍କୁଲ ପଡ଼ିଆରେ ଗତ ୮ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିଥିବା ଷଷ୍ଠ ରାଜସୁନାଖଳା ମହୋତ୍ସବ କାଉଁରୀ – ୨୦୨୪ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀତୁଆ ସନ୍ଧ୍ୟାର ସାଂସ୍କୃତିକ ଓ ସାଧାରଣ ସଭାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ,ମହୋତ୍ସବ କମିଟି ଉପଦେଷ୍ଟା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପୌରହିତ କରିଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର , ରାଜ୍ୟ ସରକାରଙ୍କ ଗ୍ରମ୍ୟ ଉନ୍ନୟନ ,ପଂଚାୟତରାଜ , ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ , ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲା, ସମାଜସେବୀ ଶିବରାମ ମହାପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ମାନ୍ୟବର ରାଜ୍ୟପାଳ ନିଜ ବକ୍ତବ୍ୟ ରେ ନୟାଗଡ ଜିଲ୍ଲା ରଣପୁର ଓ ରାଜସୁନାଖଳା ଅଞ୍ଚଳର ବୀର ସ୍ଵାଧୀନତା ସଂଗ୍ରାମରେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ସାହସ ବ୍ରିଟିଶ ସରକାରଙ୍କୁ କିଭଳି ଦୋହଲାଇଥିଲା ସୂଚନା ଦେଇଥିଲେ । ଏଠାର ଭକ୍ତି ଯୁଗର କବି , ସାହିତ୍ୟିକ ଓ କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ମରଣିକା କାଉଁରୀ ୨୦୨୪ ଉନ୍ମୋଚିତ ହୋଇଯାଇଛି। ଏଥିରେ ଯୋଗଦେଇଥିବା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ ସୁନାଖଳାକୁ ଏକ ଏନ ଏ ସି ମାନ୍ୟତା ଓ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପାଇଁ ଦାୟିତ୍ଵ ନେଇଥିଲେ ।ମନ୍ତ୍ରୀ ରବି ନାରାୟଣ ନାୟକ ରାଜ ସୁନାଖଳା ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଏହି ଅବସରରେ ବିଭିନ୍ନ କୃତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଧାରଣ ସଭା ପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା
କେଳାନାଚ ,ଓଡ଼ିଶୀ ,ଆଧୁନିକନୃତ୍ୟ ,ସମ୍ବଲପୁର ,ଢୋଲମହୁରି , ପ୍ରଭୁତି କଳାକାର ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ପରିବେଷଣ କରିଥିଲେ। ମହୋତ୍ସବ କମିଟିର ସଭାପତି ଚିତରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ କମିଟିର ସମ୍ପାଦକ ଜୟନ୍ଦ୍ର ବେହେରା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ଟିଭି ଓଡିଆ।