ସମ୍ବଲପୁର ;ତା-୨୬/୦୧(ବିଏମସି ଟିଭି ଓଡିଆ)
ଧନକଉଡ଼ା ବ୍ଲକ୍ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଗୋଶାଳା ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ଏସ୍ଏସ୍ଏ ଟିମ୍ ଗୋଶାଳା ପକ୍ଷରୁ ପାଳିତ ହୋଇଯାଇଛି। ଟିମ୍ ସଭାପତି ହରିଶ୍ଚନ୍ଦ୍ର ସୁନାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କଳାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଡ. ଶ୍ରୀହରି ନାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା

ସଂଗ୍ରାମୀମାନଙ୍କ ଦେଶପ୍ରେମରେ ଉଦ୍ବୁଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଗୋଶାଳା ବୌଦିଆପଡା ର ଝିଅ ପୂର୍ଣ୍ଣିମା ସୁନା ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ରେ ୱେଲ୍ଫେୟାର୍ ଅଫିସର ଭାବେ ନିଯୁକ୍ତି ପାଇଥିବାରୁ ମୁଖ୍ୟ ଅତିଥି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ଆୟୋଜିତ ସଭାରେ ଏସ୍ଏସ୍ଏ ଟିମ୍ର କର୍ମକର୍ତ୍ତାଙ୍କ ସହ ସୁଦୀପ୍ତ ହରିପାଲ, ପଞ୍ଚା ବାଗ୍, ହେମନ୍ତ ମହାନନ୍ଦ, ପଙ୍କଜ ଗୌତମ, ଟିଟୁ ପରିଡ଼ା, ଅରୁଣ ରୋହିଦାସ୍, ରାଧେ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।