ନୟାଗଡ ; ତା-୨୬/୦୧ (ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲାର ବିଭିନ୍ନ ସ୍ଥାନରେ ୭୭ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଦଶପଲ୍ଲାର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ବାଣିଜିକ ପ୍ରତିଷ୍ଠାନ, ଶିକ୍ଷା ଅନୁଷ୍ଠାନ, ରାଜନୈତକ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳକ କରାଯାଇଥିଲା । ଏଥି ସହ ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଗାନ୍ଧୀପଡ଼ିଆ ଠାରେ ମିଳିତ ପ୍ୟାରେଡ଼ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ବିଜେଡିର ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଅଞ୍ଜନ କୁମାର ଦାସ, ଏନ ଏ ସିର ଅଧକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ମୁନ୍ସିପାଲ ଇଞ୍ଜିନିୟର ଅଶୋକ କୁମାର ଦଳବେହେରା, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କ ସହିତ ଏନ ଏ ସି ର ସମସ୍ତ କାଉନସିଲର ଯୋଗ ଦେଇଥିଲେ। ଏହି ଉଛବରେ ବିଧାୟକ ପତାକା ଉତ୍ତୋଳନ କରିବା ସହିତ ଛାତ୍ର ଛାତ୍ରୀ ଙ୍କ ପ୍ୟାରେଟ ରେ ଅଭିବାଦନ କରିଥିଲେ। ସନ୍ଧ୍ୟା ପୁର୍ବରୁ ପତାକା ଅବତୋରଣ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।