ରାୟଗଡ଼ା ;ତା-୧୬/୦୫(ବିଏମସି ଟିଭି ଓଡ଼ିଆ)
ଏମ୍ଆର୍ଟ୍ ଭାରତୀୟ କଳା ଏବଂ ସାଂସ୍କୃତିକ କେନ୍ଦ୍ର, ଗୁଣପୁର ର ସପ୍ତମ ବାର୍ଷିକ ଉତ୍ସବ ଓ ଘୁଙ୍ଗୁର ପ୍ରତିଭା ସମ୍ମାନ – ୨୦୨୫ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗାନ୍ଧୀ ଯାନ୍ତ୍ରୀକ ବିଶ୍ଵବିଦ୍ୟାଳୟ ର ଉପ ସଭାପତି ଡ. ଚନ୍ଦ୍ରଧ୍ଵଜ ପଣ୍ଡା, ଗୁଣୁପୁର ପୌରପରିଷଦ ର ଅଧ୍ୟକ୍ଷା ମମତା ଗୌଡ଼, ପୌରପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଓଡ଼ିଶୀ ନୃତ୍ୟଗୁରୁ ମୁକ୍ତିଲତା ପାଲ୍, ଗୁଣପୁର ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଓ ଆମ ଅନୁଷ୍ଠାନ ର ଚେୟାରମେନ ଇଞ୍ଜିନିୟର ପ୍ରଣବ ଚୌଧୁରୀ ଙ୍କ ଉପସ୍ଥିତି ରେ ଆନୁଷ୍ଠାନିକ ଭାବେ ପ୍ରଭୁ ଜଗତରନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ ଏବଂ ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମ କୁ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପଠୀ ସଂଯୋଜନା କରିଥିଲେ । ମଞ୍ଚାସିନ ମୁଖ୍ୟ ଅତିଥି ଡ. ପଣ୍ଡା ଆମ ଅଂଚଳ ରେ ଏଭଳି ଏକ ଅନୁଷ୍ଠାନ କରି ଆମ ଅଞ୍ଚଳ ର ପ୍ରତିଭା କୁ ସାରା ରାଜ୍ୟ ରେ ତଥା ଅନ୍ୟ ରାଜ୍ୟରେ ମଧ୍ୟ ପହଞ୍ଚେଇ ପାରି ଥିବାରୁ ପରିଚାଳନା ମୁଖ୍ୟ ଇଞ୍ଜିନିୟର ପ୍ରଣବ ଚୌଧୁରୀ ଙ୍କୁ ପ୍ରଶଂସା କରିବା ସହ ଗୁରୁ ସସ୍ମିତା ପଣ୍ଡା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୃତ୍ୟ ଗୁରୁ ପାଲ୍ ରାୟଗଡ଼ ଜିଲ୍ଲା ର ଉପାନ୍ତ ଗୁଣପୁର ଭଳି ଜାଗାରେ ତାଙ୍କ ଆଦର୍ଶ ଶିଷ୍ୟା ସୁଶ୍ରୀ ସସ୍ମିତା ପଣ୍ଡା ଙ୍କୁ ପ୍ରଶଂସା କରିବା ସହ ଆବଶ୍ୟକିୟ ସହୋଜଗ କରିବେ କହିଥିଲେ । ଏହି ବାର୍ଷିକ ଉତ୍ସଵ ରେ “ମୁଁ ବି ଗାଇବୀ, ମୁଁ ବି ନାଚିବି!” କାର୍ଯ୍ୟକ୍ରମ ରେ କୃତି ଛାତ୍ରଛାତ୍ରୀ ଙ୍କୁ “ଘୁଙ୍ଗୁର ପ୍ରତିଭା ସମ୍ମାନ-୨୦୨୫” ରେ ସମ୍ମାନିତ କରାଯାଇଥିଲା । ଏହା ସହ ଆମ ଅଞ୍ଚଳ ର ବିଭିନ୍ନ କ୍ଷେତ୍ର ରେ ପାରିଦର୍ଷିତା ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ସେମାନଙ୍କ ମଧ୍ୟରେ ଡ. ଚନ୍ଦ୍ରଧ୍ଵଜ ପଣ୍ଡା, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ନୃତ୍ୟଗୁରୁ ମୁକ୍ତିଲତା ପାଲ୍ , ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ପ୍ରେସ କ୍ଲବ ର ସଭାପତି ଦେବେନ୍ଦ୍ର ଚୌଧୁରୀ , ମିଡିଆ କ୍ଲବ ର ସଭାପତି ଅନିଲ ସାହୁକାର , କଳିଙ୍ଗ ସାମ୍ବାଦିକ ସଂଘ ର ସଂଯୋଜକ ଶକ୍ତି ପ୍ରସାଦ ଦାଶ, କବି ନରସିଂହ ପଟ୍ଟନାୟକ, କବି ଆଶ୍ୱିନ ତ୍ରିପାଠୀ , ନୃତ୍ୟ ଓ ସଙ୍ଗୀତ ପାଇଁ ବୃନ୍ଦାବତୀ ବାଉରୀ, ଆଧ୍ୟାତ୍ମିକ ଗୁରୁ , ସମାଜ ସେବା ପାଇଁ ସୁଶ୍ରୀ ରଜେଶ୍ୱରି ଦଳାଇ, ଆମ ଅଂଚଳ ର ରାମ ପଣ୍ଡା ଭାଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ଗୁରୁ ସସ୍ମିତା ପଣ୍ଡା ଙ୍କୁ ମଧ୍ୟ ସମସ୍ତ ମଞ୍ଚାସିନ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ପିଲାଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ସାଂସ୍କୃତିକ କାର୍ଯକ୍ରମ ରେ ଆମ ଅନୁଷ୍ଠାନ ର ଛାତ୍ରୀ ଗଣେଶ ବନ୍ଦନା ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଶିକ୍ଷକ ଶ୍ରୀ ସଂଜୀବ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ । ବଡଗୁଡ଼ା ଗ୍ରାମର କୁନି କୁନି ପିଲା ମାନେ ନିଜଗୁରୁ ମୋହନ ଭାଇଙ୍କ ସହ ଆସି ବାଦ୍ୟଯନ୍ତ୍ର ରେ ସହାୟତା କରିଥିଲେ । ଏହିପରି କାର୍ଯ୍ୟକ୍ରମ ଆଗାମୀ ଦିନ ରେ ଅଧିକରୁ ଅଧିକ କଳାକାର ମାନଙ୍କ ସ୍ବପ୍ନ “ମୁଁ ବି ଗାଇବି, ମୁଁ ବି ନାଚିବି !” କୁ ନିଶ୍ଚିତ ସଫଳ କରିପାରିବ ବୋଲି ବିଭିନ୍ନ ମହଲ ରୁ ଶୁଭେଛା ଓ ଅଭିନନ୍ଦନ ମିଳିଛି। ଶେଷରେ ଗୁରୁ ସସ୍ମିତା ପଣ୍ଡା ସମସ୍ତଙ୍କ ସହଯୋଗ ରେ ଏହି କାର୍ଯ୍ୟ କ୍ରମ ସୁଚାରୁ ରୂପେ ସମାପ୍ତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆମ ଅନୁଷ୍ଠାନ ର ଅଭିଭାବକ ଶ୍ରୀ ଶ୍ରୀନିବାସ ରାଓ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ଏହା ସୁଚାରୁ ରୂପେ ସମାପ୍ତ ହୋଇପାରିଥିଲା । ତେଣୁ ତାଙ୍କୁ ବି ଆମ ମଞ୍ଚ ସମ୍ମାନୀତ କରିଥିଲା ।

ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।