ବୋଲଗଡ଼ ; ତା-୦୧/୦୨ (ବିଏମସି ଟିଭି ଓଡ଼ିଆ)
ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ଲେଙ୍କାଙ୍କ ସଭାପତିତ୍ୱରେ ୮୩ତମ ବାର୍ଷିକ ପୁରଷ୍କାର ବିତରଣ ଉସ୍ଚବ ମହାଆଡ଼ମ୍ବର ସହକାରେ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି ବାର୍ଷିକ ପୁରଷ୍କାର ବିତରଣ ଉସ୍ଚବରେ ମୁଖ୍ଯ ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ମୁଖ୍ଯ ବକ୍ତା ଭାବେ ପ୍ରଧାନ ଶିକ୍ଷୟିତ୍ରୀ ଜାଜ୍ଞେସେନୀ ସାହୁ, ବିଶେଷ ଅତିଥି ଭାବେ ବୋଲଗଡ଼ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡଃ ରତିକାନ୍ତ ମିଶ୍ର, ରଣପୁର ତହସିଲଦାର ଆଯ୍ୟ କୁମାର ସର୍ବଦମନ ଓ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ମାଗୁଣି ପ୍ରଧାନ, ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ଚନ୍ଦ୍ରଶେଖର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ କୁମାର ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ଶିକ୍ଷକ ପ୍ରତାପ କୁମାର ପୃଷ୍ଟି , ପରିକ୍ଷିତ ମାଝୀ , ଡାକ୍ତର ଆଲୋକ କୁମାର ସାହୁ , ଡାକ୍ତର ସୁବ୍ରତ କୁମାର ମାର୍ଥା ପ୍ରମୁଖ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ ଚନ୍ଦନ ଦେଇ ପ୍ରଦୀପ ପ୍ରଜ୍ବୋଳନ କରି ଏହାକୁ ଶୁଭ ଉଦ୍ଦଘାଟନ କରିଥିଲେ।

ଏହି କାଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶିକ୍ଷୟିତ୍ରୀ ରାନୁର୍ମା ପ୍ରଧାନ ବେଦପାଠ କରିଥିଲେ। ସଭାପତି ପିତବାସ ଲେଙ୍କା ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ କେଶବ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷୟିତ୍ରୀ ରଞ୍ଜିତା କୁମାରୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଶିକ୍ଷୟିତ୍ରୀ ଜାଞ ବଳକ୍ୟ ଶର୍ମାଙ୍କ ମିଳିତ ନିର୍ଦେଶନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବୋଲଗଡ଼ ବୀର ମାଟିର ଗାଥା ସ୍ବରୁପ ଚିତାକର୍ଷକ ପାଇକଆଖଡା ନ୍ରୁତ୍ୟ ସମସ୍ତ ନିମନ୍ତ୍ରିତ ଅତିଥି, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ମନମୁଗ୍ଧ କରି ବିଭୋର କରିଥିଲା।

ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃର୍ତ୍ତୀ ପ୍ରତିଯୋଗି ମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ପ୍ରମାଣ ପତ୍ର, ପୁରଷ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଶୋକ କୁମାର ଦଳବେହେରା ବିଦ୍ୟାଳୟର ବିଭିନ୍ନ ସୁବଧା ଅସୁବିଧା ଓ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରିଥିଲେ।

ଛାତ୍ରଛାତ୍ରୀ ମାନେ ଦେଶ ଓ ଜାତିର ଗର୍ବ ଓ ଗୌରବ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ଅଧ୍ୟୟନ କରି ଶୃଙ୍ଖଳାର ସହିତ କଠିନ ପରିଶ୍ରମ କରି ଭଲ ମଣିଷ ହୋଇ ବାପାମାଆ, ବିଦ୍ୟାଳୟ ଓ ରାଜ୍ଯ ତଥା ଦେଶର ସମ୍ମାନ ରକ୍ଷା କରିବାକୁ ମୁଖ୍ଯ ଅତିଥି ଗୋକୁଳ ଚନ୍ଦ୍ର ବଳବନ୍ତରାୟ , ମୁଖ୍ଯ ବକ୍ତା ଜାଜ୍ଞେସେନୀ ସାହୁ ଓ ସମ୍ମାନୀତ ଅତିଥି ପ୍ରାକ୍ତନ ପ୍ରଧାନଶିକ୍ଷକ ମାଗୁଣି ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଶିକ୍ଷୟିତ୍ରୀ ତପସ୍ବୀନୀ ସାହୁ ଓ ସ୍ମୃତିଶିକ୍ଷା ନାୟକ ପ୍ରମୁଖଙ୍କ ମିଳିତ ନିର୍ଦେଶନାରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ମନୋରଞ୍ଜନ ଧର୍ମୀ ସାସ୍କୃତିକ କାଯ୍ୟକ୍ରମମାନ ପରିବେଷଣ କରିଥିଲେ।

ସମସ୍ତ କାଯ୍ୟକ୍ରମ କୁ ଶିକ୍ଷକ ଅଭିଶେକ ମହାନ୍ତି, ଦୀପକ କୁମାର ତ୍ରିପାଠୀ, ଅଶୋକ କୁମାର ଦଳାଇ ଓ ଶିକ୍ଷୟିତ୍ରୀ ସ୍ବାଗତିକା ମୁର୍ମୁ ପ୍ରମୁଖ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ଶିକ୍ଷକ ସାନ୍ତୁନ କୁମାର ଶ୍ରୀଚନ୍ଦନ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ ଓଡିଶା ।
