ଢେଙ୍କାନାଳ ;ତା-୦୬/୦୪(ବିଏମସି ଟିଭି ଓଡ଼ିଆ)
ରବିବାର ସଂଧ୍ୟାରେ ୬ ଘଟିକା ସମୟରେ ଶ୍ରୀରାମଚନ୍ଦ୍ର ଭବନ କଟକ ଠାରେ ନ୍ୟାୟ ମୂର୍ତ୍ତି ସ୍ବର୍ଗତ ଯୁଗଳ କିଶୋର ମହାନ୍ତି ଙ୍କର ଅନେଶତ ତମ ଜନ୍ମ ଜୟନ୍ତୀ ପାଳନ ଅବସର ରେ ଜଷ୍ଟିସ ଯୁଗଳ କିଶୋର ମହାନ୍ତି ଜୟନ୍ତୀ କମିଟି ର ସଭାପତି ସରୋଜ ସିଂ ଙ୍କ ଅଧ୍ୟକ୍ଷତାରେ ତଥା ଉପସଭାପତି ଶଶିଭୁଷଣ ଦାସଙ୍କର ସଂଯୋଜନା ରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରାଯାଇ ଥିଲା। ଉଦ୍ଘାଟକ ଭାବେ ବରିଷ୍ଠ ସମାଜ ସେବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଂ:ଭଜମନ ବେହେରା,ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁଵାସ୍ ସିଂ,ମୁଖ୍ୟ ବକ୍ତା ଭାବେ ସମ୍ବାଦ ର ପୂର୍ବତନ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟ ରାୟ, ସମ୍ମାନିତ ଅତିଥି ଭାବେ ହାଇ କୋର୍ଟ ବାର ଆସୋସିଏସନ୍ ପ୍ରେସିଡେଣ୍ଟ ଆଡ୍ଭୋକେଟ୍ ବିଜୟ କୁମାର୍ ଦାସ ମଞ୍ଚାସୀନ ରହି ସ୍ବର୍ଗତ ଯୁଗଳ କିଶୋର ମହାନ୍ତି ଙ୍କର ସ୍ମୃତି ଚାରଣ କରିଵା ସହିତ ସ୍ବର୍ଗତ ମହାନ୍ତି ଙ୍କର ଆଦର୍ଶ ରେ ଅନୁପ୍ରାଣୀତ ହେଵା ପାଇଁ ଯୁବ ଗୋଷ୍ଠୀ ତଥା ଉପସ୍ଥିତ ସମସ୍ତ ସାମାଜିକ କର୍ମୀ, ସାହିତ୍ୟିକ,କଳା ପ୍ରେମୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ।

ଇତ୍ୟ ଅବସରରେ ସମଗ୍ର ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ରୁ ନିମନ୍ତ୍ରିତ ଶତାଧିକ ସାହିତ୍ୟିକ,
ଲେଖକ,ଗାଳ୍ପିକ,କବି, କବୟିତ୍ରୀ,
ସାମାଜିକ କର୍ମୀ,କଳାପ୍ରେମୀ, ଶିଶୁ କଳାକାର ତଥା ସାମ୍ବାଦିକ ବନ୍ଧୁ ମାନଙ୍କୁ ପୁଷ୍ପଗୁଚ୍ଛ,
ଉତ୍ତରୀୟ,
ମାନପତ୍ର ପ୍ରଦାନ ପୂର୍ବକ ଯୁଗଳ କିଶୋର ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ରୁ ବରିଷ୍ଠ ସମାଜସେବୀ ରତିକାନ୍ତ ଗଡ଼ନାୟକ ତଥା ଯୁବ ସମାଜ ସେବୀ ତଥା ସାମ୍ବାଦିକ
ବିଭୁ ପ୍ରସାଦ ଶତପଥୀ ମଧ୍ୟ ଯୁଗଳ କିଶୋର ସମ୍ମାନ ରେ ସମ୍ମାନିତ ହୋଇଥିଲେ।

ଢେଙ୍କାନାଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।