ନୟାଗଡ ;ତା-୧୯/୦୫(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ତଥା ଏନ ଏ ସି ରେ ବିଦ୍ୟୁତ କାଟ ଚରମ ସୀମାରେ ପହଂଚିଲାଣି। ଶକ୍ତି ବିଭାଗ ମନ୍ତ୍ରୀ ତାଗିଦ କରିଛନ୍ତି ଯେ ବିଦ୍ୟୁତ କାଟ ହେବନାହିଁ। କିନ୍ତୁ ଦଶପଲ୍ଲା ରେ ତାର ବାସ୍ତବ ଚିତ୍ର ଓଲଟା। ବିଭିନ୍ନ ଆଳରେ ବିଦ୍ୟୁତ କଟାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ବାରମ୍ବାର ଖବର ପ୍ରଶାସନ ସତ୍ୱେ ଏଥି ପ୍ରତି କାହାର ନିଘା ନାହିଁ। ନାଁ ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନେଉଛନ୍ତି ନାଁ ଜନସାଧାରଣ ଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଏ ସମସ୍ୟା କୁ ଗୁରୁତ୍ୱ ଦେଉଛନ୍ତି। ଭୋଟ ସରିଲେ ଜନସାଧାରଣ ଙ୍କ ଦୁଃଖ କିଏ ବୁଝୁଚି। ସେମାନେ ନିଜର ସ୍ୱାର୍ଥ ପାଇଁ ସାଧାରଣ ଜନତା ଙ୍କୁ ବଳି ପକାଉଛନ୍ତି। ଯଦି ସେମାନଙ୍କର ଆନ୍ତରିକତା ଥାଆନ୍ତା ତେବେ ରାଜରାସ୍ତା କୁ ଓଲ୍ହାଇ ଜନସାଧାରଣ ଙ୍କ ଦୁଃଖ କୁ ଲାଘବ କରିବାକୁ ଚେଷ୍ଟା କରନ୍ତେ। ଏପଟରେ ଦେଖିଲେ ଘୋଷିତ ଓ ଅଘୋଷିତ ବିଦ୍ୟୁତ କାଟ ରେ ଲୋକ ଅତିଷ୍ଟ ହୋଇସାରିଲେଣି। ବର୍ଷା ପବନ ଟିକେ ହେଲେ ଲାଇନ ଗଲା।୩୩ କେ ଭି ଲାଇନ କାମର ଆଳରେ ସକାଳ ୭ଟା ରୁ ୧୨ ଟା ପର୍ଯ୍ୟନ୍ତ ବିଦ୍ୟୁତ କଟାଯାଉଛି।ସେତିକି ନୁହେଁ ଦିନ ତମାମ ମନ ଇଛା ବିଦ୍ୟୁତ କଟାଯାଉଛି। ଫୋନ କଲେ ଅଧିକାରୀ କଲ୍ ରିସିଭ କରୁନାହାନ୍ତି। ତେବେ ସାଧାରଣ ଜନତା ବା ଗ୍ରାହକ କାହାକୁ କହିବେ କିଏ ବା ଶୁଣିବ ଏଠି ସମସ୍ତେ ପର। ବାରମ୍ବାର ଲାଇନ କାଟିବା ଯୋଗୁଁ ଡାକ୍ତରଖାନା ରେ ସମସ୍ୟା ଅଧିକ ଦେଖାଯାଉଛି। ସମସ୍ତ ଅଫିସ କାମ ମଧ୍ୟ ଠପ ହୋଇଯାଉଛି। ସବୁ କ୍ଷେତ୍ରରେ ସାଧାରଣ ଜନତା ପେଷି ହେଉଛନ୍ତି। ତେବେ ଦଶପଲ୍ଲା ପାଇଁ ବିଗତ ସରକାର ସମୟରେ ଟାକେରା ଠାରେ ଉନ୍ନତ ଗ୍ରୀଡ଼ କାମ କରାଯାଇଥିଲେ ମଧ୍ୟ ତାହା କୁ କାର୍ଯ୍ୟକ୍ଷମ କରାଯାଉନାହିଁ କାହିଁକି ବୋଲି ଲୋକ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୁଣାଯାଏ ଏହି ଗ୍ରୀଡ଼ କାର୍ଯ୍ୟକ୍ଷମ ହେଲେ ଲୋ ଭୋଲ୍ଟେଜ ସମସ୍ୟା ତଥା ଅନ୍ୟ ସବୁ ସମସ୍ୟା ଦୂରୀଭୀତ ହେବ।ନୂତନ ସରକାର ତଥା ମୋହନ ସରକାର ଏ କ୍ଷେତ୍ରରେ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ସମସ୍ୟା ର ସମାଧାନ ତୁରନ୍ତ କରନ୍ତୁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଦେଖାଯାଉ କେତେଦିନ ଏମିତି ଚାଲିବ ଆଉ ଲୋକଙ୍କ ସମସ୍ୟା ସରକାର ଶୁଣିବେ ତାହା ସମୟ କହିବ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।