ଅତାବିରା/ବରଗଡ଼ ତା:-୬/୫/୨୦୨୪(ବି ଏମ୍ ସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅଧିନସ୍ଥ ୱ।ର୍ଡ ନମ୍ବର ୯ ଲାଦେରପାଲି ଠାରେ ସମାପନ ହେଲା ଅଖଣ୍ଡ ଚୋବିଶ ପ୍ରହରି ନାମଯଜ୍ଞ ।ଗତ ତା:-୧/୫/୨୦୨୫(ଗୁରୁବାର )ଠୁ ଆରମ୍ଭ ହୋଇ ତା:-୪/୫/୨୦୨୫(ରବିବାର) ଦିନରେ ଏହି ଯଜ୍ଞଟି ସମାପନ ହୋଇଯାଇଛି।ସର୍ବ ପ୍ରଥମେ ଗ୍ରାମର ବୀର ହନୁମାନ ପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣରେ ଶୁଭଖମ୍ଭ ସ୍ଥାପନ କରାଯାଇ ପରେ, ତା:-୧/୫/୨୦୨୫ ଗୁରୁବାର ଦିନ ୧୧ ଟା ସମୟରେ ଗ୍ରାମର ମାଁ ମାଉସୀଙ୍କ ଦ୍ଵାରା ଘଣ୍ଟ,ଶଂଖ, ହୁଳହୁଳି,ଗିନି, ମୃଦଙ୍ଗ ର ତାଳେ ତାଳେ ଏକ ଭବ୍ୟ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ ଏହି ଦିନ ନାମାରମ୍ଭ ହୋଇଥିଲା।ଗ୍ରାମର ତଲିବନ୍ଧ ପୋଖରୀ ରୁ ମାଁ ମାଉସୀଙ୍କ ଜଳପୂର୍ଣ୍ଣ କଳସ ଯଜ୍ଞ ମଣ୍ଡପ ରେ ସ୍ଥାପନ କରିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ପୂଜା କାର୍ଯ୍ୟ ପାଇଁ ବ୍ରହ୍ମା ବରଣ ହୋଇଥିଲେ ପଣ୍ଡିତ ଭଗବତ ପ୍ରସାଦ ଦାସ ଏବଂ ପଣ୍ଡିତ ଅଜିତ ଦାସ। କର୍ତ୍ତା ଭାବରେ ପ୍ରକାଶ ନାଏକ ସପତ୍ନିକ ରଜନୀ ନାଏକ ବସିଥିଲେ।
ଅତାବିରା,ଭାଲୁପାଲି ,ଭୋଇପୁରା,କାଣ୍ଡପାଲି ,ପରମାଣପୁର,ବାଞ୍ଜିପାଲି ଆଦି ଗ୍ରାମରୁ ସଂକିର୍ତ୍ତନ ଦଲ ନିମନ୍ତ୍ରିତ ହୋଇ ନାମ ଧରି ଆସିଥିଲେ। ଗ୍ରାମର ଇଷ୍ଟ ଦେବତା ଶ୍ରୀ ଶ୍ରୀ ବୀର ହନୁମାନ ପ୍ରଭୁଙ୍କର ମନ୍ଦିର ସାମ୍ନା ରେ ପ୍ରଭୁ ଶ୍ରୀରାମଙ୍କ ଅଖଣ୍ଡ ଚୋବିଶ ପ୍ରହରି ନାମରେ ଚତୁର୍ଦ୍ଦିଗରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମର ଆବାଳବୃଦ୍ଧବନିତା ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ବିଭୋର ହୋଇଯାଇଥିଲେ।ତା:- ୪/୫/୨୦୨୫ ରବିବାର ଦିନ ଅଖଣ୍ଡ ଚୋବିଶ ପ୍ରହରି ନାମଯଜ୍ଞ ର ଦଧିଭାଣ୍ଡ ଭଞ୍ଜନ ସହ ପୂର୍ଣ୍ଣାହୁତି ଦିଆଯାଇଥିଲା । ସନ୍ଧ୍ୟାରେ ଉର୍ଦ୍ଧୁନା ଜାମପାଲି ର ସୁଶାନ୍ତ ସାହୁ ଏବଂ ଗଣ୍ଠିଆ ପାଲିର ବୀରେନ୍ଦ୍ର ଜୁଆଡିଙ୍କ ସଂକିର୍ତ୍ତନ ଦଲ ନିମନ୍ତ୍ରିତ ହୋଇ ଆସି ସଂକିର୍ତ୍ତନ ପରିବେଷଣ କରିଥିଲେ।ଆଖ ପାଖ ଗ୍ରାମରୁ ବହୁ ଭଗବତ ପ୍ରେମୀ ଶ୍ରଦ୍ଧାଳୁମାନେ ଧାଇଁ ଆସିଥଲେ ନାମ ସଂକିର୍ତ୍ତନ ଦେଖିବାକୁ। ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଏହି ଅଖଣ୍ଡ ଚୋବିଶ ପ୍ରହରି ନାମଯଜ୍ଞ ରେ ଲାଦେରପାଲିର ସମସ୍ତ ଗ୍ରାମବାସୀବୃନ୍ଦ ଏବଂ ମାଁ ଭଉଣି ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବି ଏମ୍ ସି ଟିଭି ଓଡ଼ିଆ।