୭ ଜାନୁଆରୀ ରୁ ଅଲ ଇଣ୍ଡିଆ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।

ନୟାଗଡ ; ତା-୦୨/୦୧(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନସ୍ପୋଟିଭ ସ୍ପୋର୍ଟସ ସୋସାଇଟ ଆନୁକୁଲ୍ୟ ରେ ଅଲ ଇଣ୍ଡିଆ ଫୁଟବଲ ଟୁର୍ନାମେଣ୍ଟ ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ଗ୍ରୁପ ଏ ରେ ପପୁଲାର ଫୁଟବଲ କ୍ଳବ ଢେଙ୍କାନାଳ ,ୱାଇ ଏ ଏଫ ସି ଚଉଦ୍ୱାର କଟକ, ଦ୍ୱାରିକା ମିଲନ ଫୁଟବଲ କ୍ଳବ ୱେଷ୍ଟବେଙ୍ଗଲ, ଡି ଏମ ଏସ ଏଫ ଚକ୍ରଦ୍ଧାପୁର ଝାଡ଼ଖଣ୍ଡ ,ସାନ କ୍ଳବ ଭୁବନେଶ୍ଵର,ୟୁଥ ଡେଭଲପମେଣ୍ଟ କ୍ଳବ ଇମ୍ଫାଲ ମଣିପୁର, ସାମିଲ ଥିବା ବେଳେ ଗ୍ରୁପ ବି ରେ ଏସ ଟି ଏଫ ସି ଶ୍ରୀନଗର କାଶ୍ମୀର, ସ୍ପୋର୍ଟ୍ସ ହଷ୍ଟେଲ କଳାହାଣ୍ଡି,ମା କାମାକ୍ଷ୍ୟା ସ୍ପୋର୍ଟ କ୍ଳବ ବିହାର, ରକ ଷ୍ଟାର କଟକ,ୟୁନିଟାଇଡ ସ୍ପୋର୍ଟ୍ସ ବରଗଡ଼,ଏମ ଯେ ବି ୟୁନିଟାଇଡ ନିୟୁଦିଲ୍ଲୀ ସାମିଲ ଅଛନ୍ତି। ଏହି ମ୍ୟାଚକୁ ଉପଭୋଗ କରିବା ପାଇଁ ବହୁ ଫୁଟବଲ ପ୍ରେମୀ ଯୋଗ ଦେବାକୁ ଅନୁଷ୍ଟାନର କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ପଣ୍ଡା ଓ ସମ୍ପାଦକ ଭବାନି ପ୍ରସାଦ ମିଶ୍ର ନିବେଦନ କରିଛନ୍ତି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *