କେନ୍ଦୁଝର/ଆନନ୍ଦପୁର ; ତା-୧୫/୧୨ (ବିଏମସି ଟିଭି ଓଡ଼ିଆ)

ପ୍ରେସ କ୍ଲବ ଆନନ୍ଦପୁର ପକ୍ଷରୁ ବାର୍ଷିକ ଊତ୍ସବ ଏବଂ ବାଣିଜ୍ଯ ମେଳା ବର୍ଣ୍ଣାଢ୍ଯ ପରିବେଶରେ ମଧ୍ଯରେ ଊଦଘାଟିତ ହୋଇଛି। ରବିବାର ଅପରାହ୍ନ ରେ ସର୍ବପୁରାତନ ଝାଡେଶ୍ବର ମହାଦେବ ଏବଂ ଆନନ୍ଦପୁର ଆରାଧ୍ଯ ଦେବ ଶ୍ରୀଶ୍ରୀଦଧିବାମନ ଜୀୟୁଙ୍କ ପିଠରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରି ଆଦିବାସୀ ଲୋକନୃତ୍ଯ , ସିଂହବାଜା, ଜିଜେ ଓ ଦୁଲଦୁଲି ତାଳେ ତାଳେ ଆନନ୍ଦପୁର ଷ୍ଟାଡିୟମ ରେ ଥିବା ସାସ୍କୃତିକ ମଞ୍ଚରେ ପହଞ୍ଚିଥିଲା।ମୂଖ୍ଯ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର,ଆନନ୍ଦପୁର ବିଧାୟକ ଅଭିମନ୍ଯୁ ସେଠୀ ଫିତା କାଟି ବାଣିଜ୍ଯ ମେଳାକୂ ଆନୂଷ୍ଠାନିକ ଭାବେ ଊଦଘାଟନ କରିଥିଲେ। ଆନନ୍ଦପୁର ପ୍ରେସ କ୍ଲବ ପକ୍ଷରୁ ଏଭଳି ନିଆରା କାର୍ଯ୍ଯକ୍ରମ ଲୋକଙ୍କ ମନୋରଜଂନର ଖୋରାକ ଯୋଗାଇବା ସହ ଲୋକକଳା ଏବଂ ଲୁକାୟିତ ପ୍ରତିଭା ପରିପ୍ରକାଶ ହୋଇ ପାରିବ ବୋଲି ଅତିଥି ମାନେ ନିଜର ଅଭିଭାଷଣ ମାଧ୍ଯମରେ କହିଥିଲେ। ପ୍ରେସ କ୍ଲବର ସଭାପତି ନାରାୟଣ ସାହୂ,ସମ୍ପାଦକ ଶନ୍ତୋଷକୂମାର ରାଉତ ଙ୍କ ଉପସ୍ଥିତିରେ ଗଁପୁର ଘୂମୂରା ଏବଂ ନୂହାମାଳିଆ ଆଦିବାସୀ ଲୋକନୃତ୍ଯ ଶିଳ୍ପୀ ମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାକ୍ଷିଗୋପାଳ ସତ୍ଯବାଦୀ ସଙ୍ଗିତ ମହାବିଦ୍ଯାଳୟର ନୃତ୍ଯଶିଳ୍ପୀ ମାନେ ମଞ୍ଚରେ ସାସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରି ଊପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରିଥିଲେ।ଊଦଘାଟନି ଦିବସ ବେଶ ଆକର୍ଷଣୀୟ ହେବା ସହ ସଂଧ୍ଯାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିବା ଦେଖିବାକୁ ମଳିଥିଲା।ଲୋକେ ଶିତୁଆ ସଂଧ୍ଯାରେ ଚଟପଟି ଖାଦ୍ଯ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ଦୋଳିର ମଜା ଉଠାଉଛନ୍ତି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରୁ କୈଳାସ ଚନ୍ଦ୍ର ନାୟକ ଗୁରୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।