ତ୍ରିନାଥ ଜୀଉ ମନ୍ଦିର ର ବାର୍ଷିକ ଉତ୍ସବ ପାଳିତ।

ନୟାଗଡ ;ତା-୧୯/୦୩(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଓ ମଧ୍ୟଖଣ୍ଡ ଫାଣ୍ଡି ପରିସରରେ ଥିବା ତ୍ରିନାଥ ଜୀଉ ମନ୍ଦିର ର ବାର୍ଷିକ ଉତ୍ସବ ଥାନା ଅଧିକାରୀ ଅନିତା ସାହୁ ଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି।

ନଦିଆ କୀର୍ତ୍ତନ ର ତାଳେ ତାଳେ ଓ ବେଦଜ୍ଞ ବ୍ରାହ୍ମଣ ଙ୍କ ମନ୍ତ୍ର ଧ୍ୱନିରେ ସମସ୍ତ ପରିବେଶ ଆଧ୍ୟାତ୍ମିକକତା ରେ ସୁଗନ୍ଧିତ ହୋଇଉଠିଥିଲା।

ସମସ୍ତ କାର୍ଯ୍ୟକ୍ରମ କୁ ତ୍ରିନାଥ ଜୀଉ କମିଟି ର ଆନୁକୂଲ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏଥି ସହିତ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିବା ବେଳେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *