ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ରେ ତମ ବାର୍ଷିକ ଉତ୍ସବ ପାଳିତ।

ରାୟଗଡ଼ା ;ତା-୦୭/୦୪(ବିଏମସି ଟିଭି ଓଡ଼ିଆ)

ରାୟଗଡା ସହର ର ରିଙ୍ଗ ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସର ରେ ୨୨ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା।ବିଦ୍ୟାଳୟ ର ଅଧକ୍ଷ ଡ଼ଃ ବିଜୟ କୁମାର ଚୌଧୁରୀ ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଆପୁଲୁ ସ୍ୱାମୀ କାଡରକା ଯୋଗ ଦେଇଥିବା ବେଳେ ମୁଖ୍ୟବକତା ଶିକ୍ଷବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ।ସମମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ ଓ ବିଶିଷ୍ଟ ଅତିଥି ଭାବେ ଡ଼ଃ କୃଷ୍ଣ ଚନ୍ଦ୍ର ଶାସ୍ତ୍ରୀ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନେ ଫୋଟଚିତ୍ର ରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରମ୍ଭିକ ସଂଗୀତ ଗାନ କରାଯାଇ ଥିଲା ଏବଂ ବିଦ୍ୟାଳୟ ର ଅଧକ୍ଷ୍ୟ ବିଦ୍ୟାଳୟ ର ବାର୍ଷିକ ବିବରିଣୀ ପାଠ କରି ଥିଲେ।ଉପସ୍ଥିତ ଅତିଥି ମାନେ ନିଜ ନିଜ ଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ମହାପୁରୁଷ ମାନଙ୍କ ଉଦାହରଣ ଦେଇ ଭଲ ପାଠ ପଢି ବା ସହ ମହାପୁରୁଷ ମାନଙ୍କ ଭଳି ଭଲ ମଣିଷ ହେବା ପାଁଇ ପ୍ରେରଣା ଦେଇଥିଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଂକୁ ବିଭିନ୍ନ ପ୍ରତିଯୋଗିତା ଏବଂ ଛାତ୍ର ବୃତ୍ତି ପାଇଥିବା ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ବିତରଣ କରାଯାଇଥିଲା ଓ ବିଭିନ୍ନ ଅନୁଷ୍ଠାନ ର ବ୍ୟକ୍ତି ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଂକୁ ସମ୍ବର୍ଦ୍ଧନା କରାଯାଇଥିଲା। ଶେଷ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ ରେଛାତ୍ର ଛାତ୍ରୀ ମାନଙ୍କ ର ଅଭିଭାବକ ମାନେ ଉପସ୍ଥିତ ଥିଲେ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *