କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।


ସମ୍ବଲପୁର:ତା.୧୨/୦୩(ବିଏମସି ଟିଭି ଓଡିଆ)

ବରପାଲି ବ୍ଲକ୍ ଅନ୍ତର୍ଗତ କଁଟାପାଲି ପ୍ରାଥମିକ କୃଷି ସମବାୟ ସମିତିର  ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ବାସୁକି ସ୍ୱାଇଁ ସମିତିର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ବରଗଡ ଡିସାର୍‌ସିଏସ୍ ଯୁଗଳ ଦାସ, ଏଆର୍‌ସିଏସ୍ ପ୍ରବୀଣ ଘୋଷ, ଜିଲ୍ଲା ବ୍ୟାଙ୍କ୍ ସମ୍ପାଦକ ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିବା ବେଳେ ୟୁରିଆ ସାରର ବ୍ୟବହାର ଉପରେ ଆଲୋଚନା ହୋଇଥିଲା।   ୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭାରେ ଅସନ୍ତୋଷ ଦେଖାଯାଇଥିଲା। ଏହି ବାର୍ଷିକ ସମିତି ସଭାରେ କଟାପାଲି ସେବା ସମବାୟ ସମିତିର ସମସ୍ତ ସଭ୍ୟ ଶ୍ରୀମତୀ ଗୋପୀକା ସ୍ୱାଇଁ, ଶ୍ରୀମତୀ ସ୍ନେହଲତା ବାରିକ, ଗଙ୍ଗାଧର ଦାସ, ଅଶ୍ଵିନୀ କୁମାର ପଧାନ, ବେଣୁଧର ବାରିକ, ଯାଦବ ପଧାନ, ରଘୁମଣି ପଧାନ, ଦୂତୀଆ ଭୁଏ, ଶ୍ରୀକାନ୍ତ ସ୍ୱାଇଁ, ନୀଳମଣି ନାଗ, ବିକ୍ରମ ସାହୁ, ସଞ୍ଜୀବ ନାଏକ ସମେତ ରାଜ୍ୟ ସମବାୟ ସମିତି ଉପସଭାପତି ତଥା ଆଗଲପୁର ପେକ୍ସ ସଭାପତି ବିରୋସନ ସାହୁ, ବରପାଲି ପେକ୍ସ ସଭାପତି ଗୁରୁ ମେହେର, କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପଧାନ, ମହୁଲପାଲି ସରପଞ୍ଚ ରବୀନ୍ଦ୍ର ଭୋଇ, କଟାପାଲି ସରପଞ୍ଚ ଗଙ୍ଗାଧର ଦାସ, ସମିତି ସଭ୍ୟ ଅରୁଣ ସାହୁ ଯୋଗଦେଇ ଚାଷୀମାନଙ୍କ ଉନ୍ନତି ତଥା କିପରି ସେମାନେ ଅଧିକ ଲାଭବାନ ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେ ଉପରେ ଉପସ୍ଥିତ ଥିବା ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ବୋର୍ଡ ସଭ୍ୟ ତଥା କଟାପାଲି ପଞ୍ଚାୟତ ସରପଞ୍ଚ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *