କୁଡୁମୁଲୁଗୁମ୍ମା ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ।

ମାଲକାନଗିରି/ କୁଡୁମୁଲୁଗୁମ୍ମା ; ତା-୧୭/୧୨ (ବିଏମସି ଟିଭି ଓଡ଼ିଆ)

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ପୁରୁଣାଗୁମ୍ମା ସ୍ଥିତ କୁଡୁମୁଲୁଗୁମ୍ମା ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ବାର୍ଷିକ କ୍ରୀଡ଼ା ଉତ୍ସବ ଧୁମଧାମରେ ଉଦଘାଟିତ ହୋଇଯାଇଛି।

ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢ଼ି, ପୂର୍ବତନ ପ୍ରଧାନଶିକ୍ଷକ ସୀତାରାମ ସ୍ୱାଇଁ ଓ ଗୁଣନିଧି ନାୟକ, ଭୁବନାନନ୍ଦ ସ୍ୱାଇଁ, ପଦ୍ମନାଭ କର, ହିମାଂଶୁ ଶେଖର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିବା ସହ ରିବନ କାଟି ଉତ୍ସବର ଶୁଭ ଉଦଘାଟନ କରିଥିଲେ।

ଛାତ୍ରୀ ମାନଙ୍କ ଦ୍ୱାରା ଏକ ମସଲା ରାଲି କରାଯାଇଥିଲା। ଛାତ୍ରୀ ମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଯଥା – ଦୌଡ଼, ଉଚ୍ଚ ଡିଆଁ, ଖୋଖୋ, କବାଡି, ମିଉଜିକ ଚିଆର ଭଳି ଆହୁରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଆସନ୍ତା କାଲି ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଉକ୍ତ ଉତ୍ସବରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।

ମାଲକାନଗିରିରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *