ବିଷମ କଟକ ଗ୍ରାମର ରାଧାକୃଷ୍ଣ ମନ୍ଦିର ରେ ବାର୍ଷିକ ଉଛବ ସହ ନାମ ଯଜ୍ଞ ଅନୁଷ୍ଟିତ ହୋଇଥିଲା ।

ରାୟଗଡା ; ତା-୧୧/୦୧(ବିଏମସି ଟିଭି ଓଡ଼ିଆ)

ରାୟଗଡ଼ା ଜିଲ୍ଲା ବିଷମ କଟକ ଗ୍ରାମର ରାଧାକୃଷ୍ଣ ମନ୍ଦିର ରେ ବାର୍ଷିକ ଉତ୍ସବ ସହ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ।  ଏହି ଉଛବ ରେ ଆଜି ଅଷ୍ଟ ପ୍ରହାରି ସହ  ନାମଯଜ୍ଞ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା ।

ପ୍ରଭୁ ରାଧାକୃଷ୍ଣ ଙ୍କ ଏହି ଉଛବ ରେ ଆଖପାଖ ଅଞ୍ଚଳ ସହ ବିଷମ କଟକ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ଏହି ବାର୍ଷିକ ଉଛବ କାର୍ଯକ୍ରମ ରେ ଅଂଶ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଷମକଟକ  ଥାଟ ରାଜ ପରିବାର ର ବଂଶଧର ପଣିନlତି ଶ୍ରୀ ଅନନ୍ତ ଭାସ୍କର ଦେଓ  ମନ୍ଦିର ବାର୍ଷିକଉଛବ ଯଜ୍ଞ ରେ ହୁମ,ପୂଜା ଅର୍ଚନା ରେ ଅଂଶ  ଗ୍ରହଣ କରିଥିଲେ ।

ପୂଜା କମିଟି ତରଫରୁ ପ୍ରସାଦ ସେବନ ସହ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଚାଲୁ ରହିଥିଲା । ଏଥିରେ ସମସ୍ତ କୀର୍ତନ ମଣ୍ଡଳୀ ସହଜଗ ରେ ହେରେ କୃଷ୍ଣ ହରେ ରାମ ଧୂନିରେ ଲୋକ ମାନେ ଆନନ୍ଦିତ ଅନୁଭବ କରିଥିଲେ ।

ମନ୍ଦିର ବାର୍ଷିକଉଛବ ନିମନ୍ତେ ୫ ଜଣ ବ୍ରାହ୍ମଣ ପୂଜାପାଠରେ ନିୟୋଜିତ ରହିଛନ୍ତି। ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ରେ ଶାନ୍ତି ଶୃଙ୍ଖଳା ରେ ଶ୍ରଦ୍ଧାଳୁ ମାନେ ଅଂଶ ଗ୍ରହଣ କରି ଅତି ଆନନ୍ଦ ରେ  ପ୍ରସାଦ ସେବନ କରିଥିଲେ ।



ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *