ଗଜପତି ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ)
ଗଜପତି ଜିଲ୍ଲାରେ ନୁଆଗଡ ସଦର ମହକୁମା ସ୍ତିତ ମିନି ଷ୍ଟାଡିୟମରେ ମହୋତ୍ସବ ଦୁଇ ଦିନ ଧର ହେବାକୁ ଥିବା ପଞ୍ଚାୟତ ସମିତିସ୍ତରୀୟ ରଷିଶୃଙ୍ଗ ମହୋତ୍ସବ ଉଦଘାଟନ ହୋଇଯାଇଛି । ଶୁକ୍ରବାର ହେଉଛି ଦ୍ବତୀୟ ଦିବସର ଉଦଯାପନୀ ଉତ୍ସବ । ପ୍ରଥମ ଦିନରେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥିବା ମଶାଲକୁ ବ୍ଳକ କାର୍ଯ୍ୟାଳୟରୁ ଧରି ଶୋଭାଯାତ୍ରାରେ ବାହାରି ବହୁ ଆଡମ୍ବର ସହକାରେ ଉତ୍ସବସ୍ଥଳକୁ ବା ମିନି ଷ୍ଟାଡିୟମ ନିଆଯାଇଥିଲା । ପ୍ରଥମଦିନରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏପିଡି ଆଡମିନ ପୃଥିରାଜ ମଣ୍ଡଳ ସମେତ ବ୍ଳକର ବିଭିନ୍ନ ବଭାଗୀୟ ଅଧିକାରୀ ମଞ୍ଚାସୀନ ଥିଲେ । ଉତ୍ସବର ଦୁତୀୟ ଦିନର ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଓ୍ବାରା ତିରୁପତି ଯୋଗଦେଇ ଉଦଘାଟନ କରିଥିଲେ। ଏକ ବ୍ଳକର ସମସ୍ତ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ । ଲୋକ କଳାର ବିକାଶ ତଥା ଗ୍ରାମଞ୍ଚଳରେ ରହୁଥିବା କଳାକାର ପ୍ରତିଭା ଲୋକ ଲୋଚନକୁ ଆଣିବା ଏହା ଏକ ପ୍ରୟାସ ବୋଲି ବିଡିଓ ଲୋକନାଥ ଶବର ସ୍ବାଗତ ଭାଷଣରେ କହିଥିଲେ । ଉତ୍ସବକୁ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଗୀତ ନାଚ କରି ଉତ୍ସବକୁ ସରସ ସୁନ୍ଦର କରିବା ସହ ଦର୍ଶକଙ୍କୁ ଝୁମାଇ ଥିଲେ ।ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ , ଉପାଧ୍ୟକ୍ଷ ନିହୀମିୟା ରଇତ, ତହସିଲିଦାର ଓ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ/ସଭ୍ୟା ଓ ପିଇଓ ଉପସ୍ଥିତ ଥିଲେ । ସାସ୍କୃତିକ କାର୍ଯ୍ୟକ୍ରମକୁ ଭାରପ୍ରାପ ବ୍ଳକ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ର , ଶିକ୍ଷା ବିଭାଗର ଏବିଇଓ ଲିଙ୍ଗରାଜ କାର୍ଜୀ ଏବଂ ବ୍ଳକ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।
ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।