ବୋଲଗଡ଼ ରେ ନୂତନ ନୋଟାରୀ ଭାବେ ଶୁଭଶ୍ରୀ ବେବର୍ତ୍ତା ପଟ୍ଟନାୟକ ଙ୍କ ଯୋଗ ଦାନ।

ବୋଲଗଡ଼ ; ତା-୧୭/୦୩ ( ବିଏମସି ଟିଭି ଓଡ଼ିଆ)


ବୋଲଗଡ଼ ତହସିଲ କାଯ୍ୟାଳୟ ରେ ପୂର୍ବତନ ନୋଟାରୀ ନବକିଶୋର ରାଉତରାୟଙ୍କ ଦେହାନ୍ତ ପରେ ବହୁଦିନ ଧରି ନୋଟାରୀ ପଦବୀ ଖାଲି ପଡିଥିଲା। ଫଳରେ ବୋଲଗଡ଼ ବ୍ଲକର ୧୯ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଜସ୍ବ ଗ୍ରାମ ଗୁଡିକର ସମସ୍ତ ଜନ ସାଧାରଣ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷାବିତ୍, ଛାତ୍ରଛାତ୍ରୀ, ସାମାଜିକ କର୍ମୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ଯା ମାନେ ଆଇନ୍ ସହାୟତା ସେବା ପାଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସବୁ ସମସ୍ଯା ଦୂରୀକରଣ ପାଇଁ କେନ୍ଦ୍ର ସରକାର ଙ୍କ ଆଇନ୍ ଓ ପରାମର୍ଶ ସହାୟତା ବିଭାଗ ଆଇନଜୀବୀ ଶୁଭଶ୍ରୀ ବେବର୍ତ୍ତା ପଟ୍ଟନାୟକ ଙ୍କୁ ନୂତନ ନୋଟାରୀ ଭାବେ ବୋଲଗଡ଼ ତହସିଲ କାଯ୍ୟାଳୟ ରେ ନିଯୁକ୍ତି ଦେଇଅଛନ୍ତି।

ଆଇନଜୀବୀ ଶୁଭଶ୍ରୀ ବେବର୍ତ୍ତା ପଟ୍ଟନାୟକ ବୋଲଗଡ଼ ବ୍ଲକ ଅଞ୍ଚଳର ପ୍ରଥମ ମହିଳା ନୋଟାରୀ ଭାବେ କାଯ୍ୟ କରିବେ। ନୂତନ ନୋଟାରୀ ସୁଶ୍ରୀ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟର ପାଞ୍ଚବର୍ଷିଆ ଇଣ୍ଟିଗ୍ରେଟେଡ ଆଇନ୍ ଛାତ୍ରୀ ଭାବେ ଶିକ୍ଷା ଅଧ୍ୟୟନ କରି ଉତୀର୍ଣ୍ଣ ହେବା ପରେ ବୋଲଗଡ଼ ତହସିଲ କାଯ୍ୟାଳୟ ରେ ଆଇନ୍ ସେବା ବ୍ରୁତି କରି ଲୋକ ମାନଙ୍କୁ ଉତ୍ତର ସେବା ଯୋଗାଉଥିଲେ। ବର୍ତ୍ତମାନ ନୂତନ ନୋଟାରୀ ସୁଶ୍ରୀ ପଟ୍ଟନାୟକ କାଯ୍ୟକାରୀ ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟ କରି ଲୋକ ମାନଙ୍କୁ ଉତ୍ତମ ଆଇନ୍ ସେବା ଯୋଗାଇ ଦେବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଅଛନ୍ତି ଓ କେନ୍ଦ୍ର ସରକାର ଙ୍କ ଆଇନ୍ ତଥା ପରାମର୍ଶ ସହାୟତା ବିଭାଗ କୁ ଧନ୍ଯବାଦ ଜଣାଇ ଅଛନ୍ତି।

ନୂତନ ନୋଟାରୀ ସୁଶ୍ରୀ ପଟ୍ଟନାୟକ ଙ୍କ ନିଯୁକ୍ତି କୁ ବରିଷ୍ଠ ଆଇନଜୀବୀ ବୀର ଦାସ, ବ୍ଲକ ଅଧ୍ଯକ୍ଷା ହୁଲ୍ଲାସ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ଯ ସୁନନ୍ଦିତା ସାହୁ, ସୁବାସ ଚନ୍ଦ୍ର ରାୟଗୁରୁ, ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ଶୁଭଲକ୍ଷ୍ମୀ ସୁନ୍ଦରାୟ, ସୁନନ୍ଦା ବଳିଆରସିଂହ, ସମାଜସେବୀ ପ୍ରକାଶ ଚନ୍ଦ୍ର ରାଉତରାୟ, ବୋଲଗଡ଼ ବଣିକ ମହାସଂଘ, ସାମ୍ବାଦିକ ସଂଘ, ଡ୍ରାଇଭର ମହାସଂଘ ଓ ଅଟୋ ଚାଳକ ସଂଘର ସଦସ୍ଯମାନେ ପୁଷ୍ପ ଗୁଛ୍ଛ ଦେଇ ସମ୍ବଦ୍ଧିତ କରିଥିଲେ।

ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *