ନୂଆ ରାସନ କାର୍ଡ ବଣ୍ଟନ କରିବେ ବିଜେପି ସରକାର।

ନୟାଗଡ ;ତା-୨୩/୦୪(ବିଏମସି ଟିଭି ଓଡ଼ିଆ)

ଏପ୍ରିଲ ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ତଥା ମୋହନ ସରକାର । ପଞ୍ଚାୟତିରାଜ ଦିବସରେ ବଣ୍ଟାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ପୁରୀରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହଜାର ନୂଆ କାର୍ଡ ବାଣ୍ଟିବେ ସରକାର । ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।ଅନ୍ୟପଟେ ଏବେ ବି ୨୫ ଲକ୍ଷ ହିତାଧିକାରୀ ଇ-କେଓ୍ବାଇସି କରିନାହାନ୍ତି । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସର ମାନଙ୍କୁ ପରିଦର୍ଶନ କରିବାକୁ ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ଆସିବା ପରେ କେଉଁ ହିତାଧିକାରୀ ଅଛନ୍ତି କିଏ ନାହାନ୍ତି ତାହା ମଧ୍ୟ ତଦାରଖ ପରେ ସେହି ରାସନ କାର୍ଡ କଟାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *