ନିଖୋଜ ଥିବା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର।

ନୟାଗଡ  ; ତା-୦୬/୦୨(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଆଡ଼କତା ପଞ୍ଚାୟତ ହଦ ପଶି ଗ୍ରାମର ଚରଣ ବେହେରା ନାମକ ବ୍ୟକ୍ତି ଗତ ସାତ ଦିନ ହେଲା ନିଖୋଜ ଥିବା ବିଷୟ ଚର୍ଚ୍ଚାରେ ଥିବାବେଳେ ଗୁରୁବାର ଦିନ ତାଙ୍କର ମୃତଦେହ ଖଜୁରୀପଡା ନିକଟ ଘାଟି ଜଙ୍ଗଲ ରୁ ମୃତଦେହ ସ୍ଥାନୀୟ ଦମକଳ ଓ ପୋଲିସ ବାହିନୀ ଙ୍କ ମିଳିତ ସହଯୋଗରେ ଉଦ୍ଧାର କରାଯାଇଛି।ଜମିଜମା ବିବାଦ କୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ ସନ୍ଦେହ ରେ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଛି।ଘଟଣା ରେ ପୋଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି। ଖୁଵ ଶୀଘ୍ର ନୟାଗଡ଼ ଏସ ଡି ପି ଓ ସୁଦର୍ଶନ ଗଙ୍ଗୋଇ ପହଂଚି ଘଟଣା ର ତଦାରଖ ଆରମ୍ଭ କରିଛନ୍ତି।


ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *