ଅଜଣା ମୃତ ବ୍ୟକ୍ତି ଙ୍କ ଶବ ସତ୍କାର ।

ବଲାଙ୍ଗୀର ; ତା-୨୨/୦୧(ବିଏମସି ଟିଭି ଓଡ଼ିଆ)

କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଡମନା ସାହିର କୃଷ୍ଣପଦ ମିଶ୍ର ନାମକ ଜଣେ ବ୍ୟକ୍ତି ଟିଟିଲାଗଡ଼ ରଘୁନାଥ ପଡ଼ାରେ ଚାକିରିରୁ ଅବସର ନେବା ପରେ ରହୁଥିଲେ । ରବିବାର ରାତିରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କର ଆତ୍ମୀୟ ସ୍ୱଜନ କେହି ନ ଥିବା ଜାଣି ମେଡିକାଲ କର୍ତ୍ତୃପକ୍ଷ ଟିଟିଲାଗଡ଼ ରକ୍ତଦାତା ସଂଘକୁ ଯୋଗାଯୋଗ କରିଥିଲେ । ରକ୍ତଦାତା ସଂଘର ସଭାପତି ବନମାଳୀ ବେହେରା, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁଙ୍କୁ ଜଣାଇବା ପରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ଆଗକୁ ଆସିଥିଲେ । ଏହି ଶବ ସତ୍କାର କାର୍ଯ୍ୟ କରିବା ପାଇଁ ସମାଜସେବୀ ରାଜା ବଗର୍ତ୍ତି, ଅଜୟ କୁମାର ସାହୁ, ସନ୍ତୋଷ ପୋଢ଼, ଆଦିତ୍ୟ ଷଡ଼ଙ୍ଗୀ, ବାବୁଲା ପଟ୍ଟନାୟକ ପ୍ରମୁଖ ହାଟପଦା ପଡ଼ା ସ୍ଥିତ ମୁକ୍ତିଧାମରେ ଶେଷ କୃତ୍ୟ ସଂପନ୍ନ କରିଥିଲେ ।  ବର୍ତ୍ତମାନ ସୁଦ୍ଧା ବ୍ୟସ୍ତ ମୟ ସମାଜ ରେ ଏଭଳି କାମରେ ଆଗେଇ ଆସିବା ପ୍ରଶଂସନୀୟ ବୋଲି ବୁଦ୍ଧିଜିବି ମହଲ ରେ ମତ ପ୍ରକାଶ ପାଇଛି ।

ବଲାଙ୍ଗୀର  ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *