ସମ୍ବଲପୁର :ତା.୦୫/୦୪(ବିଏମସି ଟିଭି ଓଡିଆ)
ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ପକ୍ଷରୁ ଆଜି ସନ୍ଧ୍ୟାରେ ଆବାହକ ସୁରୁମଣୀ ସୁନାନୀ ଙ୍କ ସଭାପତିତ୍ବରେ ଅହିଂସାର ପ୍ରତୀକ ସୁଶାସକ ସମ୍ରାଟ ଅଶୋକଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।ଏଥିରେ ବିଶିଷ୍ଟ ସମାଜ ସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଶାସନ କଲେଜର ଅଧ୍ୟକ୍ଷ ସାହିତ୍ୟିକ ସୋଷିତ୍ ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।ସେମାନେ ସମ୍ରାଟ ଅଶୋକଙ୍କ ସହ ଗୌତମ ବୁଦ୍ଧ ଓ ବାବା ସାହେବ୍ ଡ଼ ଆମ୍ବେଦକରଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ସମ୍ରାଟ୍ ଅଶୋକଙ୍କ ଜୟନ୍ତୀକୁ ରାଜ୍ୟ ଓ କେନ୍ଦ୍ର ସରକାର ପାଳନ କରିବା ସହ ଛୁଟି ଘୋଷଣା କରିବାକୁ ଆହ୍ବାନ ଦେଇଥିଲେ ।ପ୍ରାରମ୍ଭରେ ଯୁବନେତା ଧରଣୀଧର ବାଘ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ବିଳାସିନୀ ସୁନାନି, ସୀମା ଗର୍ଦିଆ, ରୋହିତ ସୁନାନୀ, କୂଳମଣୀ ସୁନାନି, ଅଶୋକ ନାଏକ ଉପସ୍ଥିତ ଥିଲେ। ଶେଷରେ ୱାର୍ଡ ସଭ୍ୟା ହୁଙ୍କେଶ୍ୱରୀ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।