ଜିଲ୍ଲାସ୍ତରୀୟ ଜନ ଶୁଣାଣୀ ପାଇଁ ଆସି ଜଳକା ହେଲେ ଅଭିଯୋଗ କାରିଣୀ ।

କୋରାପୁଟ ;ତା-୦୨/୦୬(ବିଏମସି ଟିଭି ଓଡ଼ିଆ)

ପ୍ରତିଥର ଭଳି କୋରାପୁଟ ସଦମହକୁମାରେ ଆଜି ସକାଳ ଦଶଟା ବେଳେ ଜନଶୁଣାଣି ହେବ ବୋଲି ଜାଣିଥିଲେ । ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଜିଲ୍ଲା ପ୍ରଶାସନନିକଟରେ ଅଭିଯୋଗ କରିବାକୁ ଆସିବାକୁ ଥିବା ଅଭିଯୋଗ କାରିଣୀ ହେଲେ ତା ପୂର୍ବରୁ ସକାଳ ସାତଟା ରେ ଜନଶୁଣାଣୀ ଶିବିର ଜିଲ୍ଲା ପ୍ରଶାସନ ଆୟୋଜନ କରି ଦଶଟା ପୂର୍ବରୁ ଶେଷ କରିଦେଇଛି ।ଆଉ ଦଶଟା ପରେ ଅଭିଯୋଗ ପ୍ରକୋଷ୍ଠ ରେ ତାଲା ଝୁଲୁଥିବା ଦେଖି ନିରାଶ ହୋଈ ଘରକୁ ଫେରିବାକୁ ବାଧ୍ୟ ହୋଇଚନ୍ତି କୋରପୁଟ ଜିଲ୍ଲା ଗିର୍ଲ୍ଲି ହମ୍ମା ରୁ ଆସିଥିବା ସୁନୀତା ବାଘ୍ ଓ ଲଳିତା ଚେଟ୍ଟି । କେବଳ ସେତିକି ନୁହଁ କିଛି ସରକାରୀ ବାବୁ ବି ଦଶଟା ପରେ ପହଞ୍ଚି ଜଳକା ପାଲଟି ଯାଇଥିବାର ଦେଖାଯାଇଥିଲା ।ଖବର ନେବାରୁ ଜଣାପଡ଼ିଲା ପୂର୍ବରୁ ଏ ବିଷୟର ପ୍ରଶାସନ ଜଣାଇଥିଲା ହେଲେ ପ୍ରଶ୍ନ ଉଠୁଛି ଯଦି ପ୍ରଶାସନ ଜଣାଇଥିଲେ ତେବେ ବିଭିନ୍ନ ବ୍ଲକ୍ ରୁ ଆସୁଥିବା ଅଭିଯୋଗ କାରୀ କିପରି ଏ ବାବଦ୍ ରେ ଜାଣିପାରିଲେ ନାହିଁ ଆଊ ଯଦି ପୂର୍ବ ନିର୍ଦ୍ଧାରିତ ସମୟ ରେ ପ୍ରଶାସନ ଏ ଜନଶୁଣାଣି ଶିବିର କରୁଥିଲା ଆଜି କାହିଁକି ସେଥିରେ ବ୍ୟତିକ୍ରମ ହେଲା ।


କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *