ନୟାଗଡ ; ତା-୦୩/୦୧(ବିଏମସି ଟିଭି ଓଡ଼ିଆ)
ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ରେ ଆଜି ୧୨ଘଟିକା ସମୟ ରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇଛି। ଅଦିନିଆ ବର୍ଷା ରେ ଧାନ, ପରିବା ଡାଲି ଜାତୀୟ ଫସଲ କ୍ଷୟକ୍ଷତିସମ୍ପର୍କେ ରାଜ୍ୟ ସରକାର କ୍ଷତି ପୂରଣ ପ୍ରଦାନ କରିବା, ସହ ଭାଗ ଚାଷୀ ଙ୍କୁ ସ୍ୱୀକୃତି,ଯେପରି କ୍ଷତି ପୂରଣ ରୁ ଭାଗ ଚାଷୀ ବାଦ ନ ପଡିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରିବା,ଚାଷୀ କୂଳକୁ ସହାୟତା ଯୋଗାଇବା ଏବଂ ଅଦିନିଆ ବର୍ଷା ରେ ଧାନ ଫସଲ ଅଶେଷ କ୍ଷତି ହୋଇଥିବା ବେଳେ ପ୍ରଧାନ ମନ୍ତ୍ରୀ ଫସଲ ବୀମା କମ୍ପାନୀ କିଛି ଦିନ ରେଜିଷ୍ଟ୍ରେସନ କଲାପରେ ତାହା ବନ୍ଦ ହୋଇଛି। ରାଜ୍ୟ ରେ ଶେଷ ଚାଷୀଙ୍କର ରେଜିଷ୍ଟ୍ରେସନ ନ ହେଲା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଜାରି ରଖିବା, ଯେଉଁ ଚାଷୀ ମାନଙ୍କର ବୀମା କରି ନାହାନ୍ତି ତାଙ୍କୁ ବୀମାଭୁକ୍ତ କରିବା, ତତ ସହିତ ଚାଷୀଙ୍କୁ ଋଣ ଛାଡ଼ କରିବା ଓ ବିଭିର୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକସଂଗଠନ ଚାଷୀ ଙ୍କ ନିମନ୍ତେ କ୍ଷତି ପୂରଣ ଦାବି କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।