ରାୟଗଡ଼ା ;ତା-୨୦/୦୩(ବିଏମସି ଟିଭି ଓଡ଼ିଆ)
ଚଳିତ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ମୁକାବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାରେ ପ୍ରସ୍ତୁତିକୁ ଆଜି ଜିଲ୍ଲାପାଳ ପାରୁଲ ପଟାୱରୀ ସମୀକ୍ଷା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣଦୀପ ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ ଜେନାଙ୍କ ଉପସ୍ଥିତ ରେ ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ଗ୍ରାମ ପଂଚାୟତ, ସହରାଞ୍ଚଳ ଓ ଜନଗହଳି ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବା ନିମନ୍ତେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।ଜଳକ୍ଲୀଷ୍ଟ ସ୍ଥାନମାନଙ୍କରେ ନଳକୂପ ପରୀକ୍ଷା ନିରୀକ୍ଷା କରିବା ଓ ଆବଶ୍ୟକ ସ୍ଥଳେ ତୁରନ୍ତ ମରାମତି କରିବାକୁ କହିଛନ୍ତି ।ଜଳକ୍ଲୀଷ୍ଟ ସ୍ଥାନ ମାନଙ୍କ ଚି଼ହ୍ନଟକରି ଆବଶ୍ୟକ ସ୍ଥଳେ ନୂତନ ନାଳକୂପ ଆସନ୍ତା ମାର୍ଚ୍ଚ ୩୧ସୁଦ୍ଧା ଖନନ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଓ ଗ୍ରାମ୍ୟ ଜଳାଯୋଗାଣ ସଂସ୍ଥାର ଅଧିକାରୀଙ୍କୁ ଜିଲ୍ଲାପାଳ କହିଛନ୍ତି ।ପ୍ରତ୍ୟେକ ବ୍ଲକରେ ଓ ସହରାଞ୍ଚଳରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ । ପାଣି ସମସ୍ୟା ସମାଧାନ ନିମନ୍ତେ ସମସ୍ତ ଵିଡିଓ ମାନେ ନିଜଆଡୁ ସ୍ୱତପ୍ରବୃତ ଭାବରେ ସମାଧାନ କରିବେ । ଗ୍ରଷ୍ମ ପ୍ରବାହ ଵିମନ୍ତେ ସତର୍କତା ଅବଲମ୍ବନ ନିମନ୍ତେ ବ୍ୟାପକ ଜଣସଚେତନତା କରାଯିବ । ଅଙ୍ଗନବାଡି କେନ୍ଦ୍ର ଆସନ୍ତା କାଲି ସକାଳ ୭ଘଟିକାରୁ ୯ଘଟିକା ପର୍ଯ୍ୟନ୍ତ ଚାଲିବ ।ବିଦ୍ୟାଳୟ ଆସନ୍ତା କାଲି ଠାରୁ ସକାଳୁଆ ହେବ । ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରରେ ଯଥେଷ୍ଟ ପାଣି ଓ ଓଆରଏସ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ କାର୍ଯ୍ୟ ୧୧. ୦୦ଘଟିକାରୁ ଦିନ ୩. ୦୦ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ ଓ ସେଠାରେ ପିଇବା ପାଣି ଓ ଚାମୁଣ୍ଡା ବ୍ୟବସ୍ଥା କରାଯିବ । ବସ ଚଳାଚଳ ମଧ୍ୟ ସକାଳ ୧୧. ୦୦ଘଟିକାରୁ ଅପରାହ୍ନ ୩. ୦୦ଘଟିକା ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅବଶୁଘାତ ରୋଗୀ ମାନଙ୍କ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର କୋଠରୀ ମହଜୁଦ ରହିବ ଓ ନିୟନ୍ତ୍ରଣ କେନ୍ଦ୍ର ଖୋଲିବ ।ନବିଭାଗ ତରଫରୁ ଜଙ୍ଗଲ ନିଆଁ ଲିଭାଇବା ଵିମନ୍ତେ ପଦ୍ଧକ୍ଷେପ ନେବେ । ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ଓ ପିଇବା ପାଣି ବ୍ୟବସ୍ଥା କରିବେ । ବିଦ୍ୟୁତ ବିଭାଗ ତରଫରୁ ଅନବରତ ବିଦ୍ୟୁତ ଯୋଗାଇବେ ।ଅଗ୍ନି ସମ୍ମ ବିଭାଗ ତରଫରୁ ସତର୍କ ରହିବାକୁ କୁହାଯାଇଛି ।ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲାସ୍ଥରୀୟ ଅଧିକାରୀମାନେ ଯୋଗଦେଇଥିଲେ ।
ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।