ବୌଦ୍ଧ ;ତା-୦୩/୦୧(ବିଏମସି ଟିଭି ଓଡ଼ିଆ)
ଆସନ୍ତା ପାଞ୍ଚ ବର୍ଷ ସକାଶେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ୧୭ ଜଣିଆ ” କାର୍ଯ୍ୟନିର୍ବାହୀ ପରିଷଦ ” ପୁନର୍ଗଠିତ ହୋଇଯାଇଛି । ତେଲିବନ୍ଧ ହାଟପଦା ଠାରେ ସଂଗଠନର ଜିଲ୍ଲା ସଭାପତି ରୋହିତ କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିବର୍ଦ୍ଧିତ ” ସାଧାରଣ ପରିଷଦ ” ବୈଠକରେ ପୁନର୍ଗଠନ କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ପରିଚାଳନା କରିଥିଲେ । ଏହି ପରିବର୍ଦ୍ଧିତ ” ସାଧାରଣ ପରିଷଦ ” ବୈଠକ ରେ ବୌଦ୍ଧ ଜିଲ୍ଲାର ବରିଷ୍ଠ ସମାଜସେବୀ ବଟକୃଷ୍ଣ ପ୍ରଧାନ ଏବଂ ଯୁବ ଶିକ୍ଷାବିତ୍ ନବ କିଶୋର ଦୀପ ଯୋଗଦେଇ ସକ୍ରିୟ ସମାଜସେବୀ ମାନଙ୍କୁ ନେଇ ଏକ ଦକ୍ଷ , କର୍ମଠ ଏବଂ ଜାଗ୍ରତ ” କାର୍ଯ୍ୟନିର୍ବାହୀ ପରିଷଦ ” ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତି ଜିଲ୍ଲା ପରିଷଦ ଜୋନ୍ ରୁ ତିନି ଜଣ , ବୌଦ୍ଧ ଏନ୍ଏସି ରୁ ଜଣେ ଏଵଂ ପ୍ରତି ବ୍ଲକ୍ ରୁ ଜଣେ ଲେଖାଏଁ ବରିଷ୍ଠ ତଥା ବିଶିଷ୍ଟ ସମାଜସେବୀ ଙ୍କୁ ନେଇ ସର୍ବମୋଟ ୩୧ ଜଣ ସଦସ୍ୟ ” ସାଧାରଣ ପରିଷଦ ” କୁ ମନୋନୀତ କରାଯାଇଥିଲା । ଦୀର୍ଘ ସମୟ ଆଲୋଚନା ଏବଂ ପର୍ଯ୍ୟାଲୋଚାନା ପରେ ସର୍ବସମ୍ମତି କ୍ରମେ ଏକ ୧୭ ଜଣିଆ ” କାର୍ଯ୍ୟନିର୍ବାହୀ ପରିଷଦ ” ଗଠନ କରିବା ସହିତ ସର୍ବଶ୍ରୀ ବଟକୃଷ୍ଣ

ପ୍ରଧାନ – ମୂଖ୍ୟ ଉପଦେଷ୍ଟା , ବସନ୍ତ କୁମାର ଖୁରା – ସଭାପତି ( ବୌଦ୍ଧ ବ୍ଲକ୍ ) , ସୁଧାଂଶୁ ଡାଙ୍ଗ – ସାଧାରଣ ସମ୍ପାଦକ ( ହରଭଙ୍ଗା ବ୍ଲକ୍ ) , ମକରଧ୍ବଜ ମହାନନ୍ଦିଆ – ଉପ ସଭାପତି (କଣ୍ଟାମାଳ ବ୍ଲକ୍) , ଦଶରଥ ବେହେରା – ଉପ ସଭାପତି (ହରଭଙ୍ଗା ବ୍ଲକ) , କହେଁଇ ବାଦୀ – ଉପ ସଭାପତି (ବୌଦ୍ଧ ବ୍ଲକ) , ପ୍ରଦୀପ କୁମାର କହଁର – ସହକାରୀ ସାଧାରଣ ସଂପାଦକ ( ହରଭଙ୍ଗା ବ୍ଲକ) , ମାର୍କଣ୍ଡ କଲତା – ଯୁଗ୍ମ ସଂପାଦକ (ବୌଦ୍ଧ ବ୍ଲକ) , ଦେବଦତ୍ତ ସାଗର – ସଂଗଠନ ସଂପାଦକ (କଣ୍ଟାମାଳ ବ୍ଲକ) , ରାମଚନ୍ଦ୍ର ତାଣ୍ଡି – କୋଷାଧ୍ୟକ୍ଷ (କଣ୍ଟାମାଳ ବ୍ଲକ) ଏଵଂ ଶ୍ରୀନିବାସ ହାତୀ – ସହକାରୀ କୋଷାଧ୍ୟକ୍ଷ (ବୌଦ୍ଧ ବ୍ଲକ) ଭାବେ ମନୋନୀତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ” କାର୍ଯ୍ୟନିର୍ବାହୀ ପରିଷଦ ” କୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ବିଚିତ୍ର କହଁର , ସେବତୀ ବେହେରା , ନନ୍ଦିନୀ ନାଏକ , ସଂଜିତ କୁମାର ଜେନା , ବିଶ୍ୱଜିତ୍ ହରିପାଲ , ଧରଣୀଧର ବିଭାର ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ ।

ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।