ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଉଦଘାଟନୀ ଉତ୍ସବ ଅନୁଷ୍ଠିତ।

ମାଲକାନଗିରି ; ତା-୧୦/୧୨(ବିଏମସି ଟିଭି ଓଡ଼ିଆ)


ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୋମନାଥ ପ୍ରଧାନ,କୁଡୁମୁଲୁଗୁମ୍ମା ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ,ମାଥିଲି ଏବଂ ଖଇରପୁଟ ଗୋଷ୍ଠି ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ,ଚିତ୍ରକୋଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ମାଲକାନଗିରି ଗୋଷ୍ଠି ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ଧର, ପଡ଼ିଆ ଗୋଷ୍ଠି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରଇ,କାଲିମେଳା ଗୋଷ୍ଠି ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି,କୋରୁକୋଣ୍ଡା ଗୋଷ୍ଠି

ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ରାଉତ, କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର  ଗଣ୍ଡ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଆଜିର କାର୍ଯ୍ୟକ୍ରମର ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଦିବାକର ସୁନା ପ୍ରମୁଖ ଅତିଥି ଭାବେ ମଞ୍ଚରେ ମଞ୍ଚାସିନ ଥିଲ। ପ୍ରଥମେ ଜଗତରନାଥ ଜଗନ୍ନାଥଙ୍କ ତୈଳଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ ସହ ଫୁଲ ଦେଇ ପୂଜା ଅର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥି ରିବନ କାଟି ଉତ୍ସବ ଟିର ଶୁଭ ଉଦଘାଟନ କରିଥିଲେ। ସମସ୍ତ ଅତିଥି ନିଜ ନିଜର ଉଦବଧନ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସଚ୍ଛାହିତ କରିଥିଲେ।

ଏହି ଅବସରରେ ୮ଟି ଷ୍ଟଲ ଲାଗିଥିବା ବେଳେ ଜିଲ୍ଲାର ୭ଟି ବ୍ଲକରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ମୋଟ ୪୯ଟି ପ୍ରକଳ୍ପ ପଦର୍ଶନୀ କରିଥିବା ବେଳେ ଅତିଥି ମାନେ ପ୍ରକଳ୍ପ ଗୁଡ଼ିକର ପ୍ରଦର୍ଶନ କରି ବିଚାରମଣ୍ଡଳୀଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସ୍ତର ପାଇଁ ବିବେଚିତ କରାଯିବ ବୋଲି କହିଥିଲି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ମାନଙ୍କ ସହିତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଆସନ୍ତାକାଲି ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *