ନିଦ ହଜାଉଛନ୍ତି ହାତୀପଲ ।

ମୟୂରଭଞ୍ଜ ;ତା-୦୫/୦୫(ବିଏମସି ଟିଭି ଓଡ଼ିଆ)

ନିଦ ହଜାଉଛନ୍ତି ହାତୀପଲ କେତେବେଳେ କେନ୍ଦୁଝର ଆଉ କେତେବେଳେ ମୟୂରଭଞ୍ଜ ବୈତରଣୀ ନଦୀ କୂଳେ କୂଳେ ବୁଲୁଛନ୍ତି ।ହାତୀପଲ ବନବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଚାଷୀଙ୍କ ଆଖିରୁ ନିଦ ହଜାଇ ଫସଲ ବ୍ୟାପକ ପରିମାଣର ନଷ୍ଟ କରୁଛନ୍ତି । ଗତ କାଲି ସଂଧ୍ୟା ବେଳେ କେନ୍ଦୁଝର ଚମ୍ପୁଆ ବନାଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଥିଲେ । ରାତି ତମାମ କରଞ୍ଜିଆ ବନଖଣ୍ଡର ମୁକୁନା, କଲନ୍ଦା, ଶାନ୍ତବନ୍ଧ ଅଞ୍ଚଳରେ ଧାନ ଫସଲ, ମକ୍କା, ତରଭୁଜ ଏବଂ ପନିପରିବା ଖାଇବା ସହିତ ମାଡ଼ିଦଳି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

ସଂପୃକ୍ତ ଅଞ୍ଚଳରେ ବର୍ଷଯାକ ହାତୀ ନାହିଁନଥିବା କ୍ଷୟକ୍ଷତି କରୁଥିବା ବେଳେ ସୋଲାର ଲାଇଟ୍, ସୋଲାର ତାର ବାଡ଼ ଲଗାଇବାକୁ ଜଙ୍ଗଲ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ଲୋକ ଏବଂ ଚାଷୀମାନେ । ତେବେ ଏହି ପଲରେ ୨୭ ଟି ହାତୀ ଥିବାବେଳେ ଆଜି କରଞ୍ଜିଆ ବନଖଣ୍ଡ ବୈତରଣୀ ନଦୀ କୂଳରେ ୯ ଟି ହାତୀ ଥିବା ସୂଚନା ମିଳିଛି । ସେହିଭଳି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ ସାହୁବାଗାନରେ ୧୮ ଟି ହାତୀ ଥିବା ସୂଚନା ମିଳିଛି ।ତେବେ ସଂପୃକ୍ତ ଅଞ୍ଚଳରେ ଏତେ ସଂଖ୍ୟକ ହାତୀ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *