ଜିଲ୍ଲା ମହୋତ୍ସବରେ ସମଗ୍ର ଶିକ୍ଷା ଷ୍ଟଲ, ଧନ୍ଦାମୂଳକ ଶିକ୍ଷା ପ୍ରତି ବଢ଼ୁଛି ଆଦର।

ନୟାଗଡ଼ ; ତା-୨୯/୧୨(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଗତ ୨୪ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହୋଇଛି। ଏଥିରେ ନୟାଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ଷ୍ଟଲ ସ୍ଥାନ ପାଇଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଦର୍ଶକ ମାନଙ୍କୁ ବୁଝା ଯାଇଥିଲା। ବିଶେଷ କରି ୨୦୧୬ ମସିହାରୁ ମାଧ୍ୟମିକ ସ୍ତରରେ ତୃତୀୟ ଭାଷା ଭାବେ ଧନ୍ଦାମୂଳକ ଶିକ୍ଷା ପ୍ରଚଳିତ ହୋଇଥିବା ବେଳେ ଚଳିତ ବର୍ଷ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଏବଂ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଶିକ୍ଷା ସଂଯୋଜିକା ତଥା ମୁଖ୍ୟ ଭାରପ୍ରାପ୍ତ ଧନ୍ଦାମୂଳକ ସଂଯୋଜିକା ଶ୍ରୀମତୀ ଶୁଭାସ୍ମିତା ଦାସଙ୍କ ତତ୍ବାବଧାନରେ ଏହି ଶିକ୍ଷା ପ୍ରଦର୍ଶନକୁ ଷ୍ଟଲ୍ ରେ ସାମିଲ କରାଯାଇଛି। ଏହା ପ୍ରତି ଶିକ୍ଷାର୍ଥୀ ମାନଙ୍କ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିଧାନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଓ ଆତିଥ୍ୟ, ମୋଟର ଯାନ ଇଲେକ୍ଟ୍ରୋନିକ୍ସ,ଫୁଡ୍ ପ୍ରୋସେସିଙ୍ଗ ଆଦି ବିଷୟ ବସ୍ତୁ ଧନ୍ଦାମୂଳକ ଶିକ୍ଷାରେ ସ୍ଥାନିତ ହୋଇଛି। ପ୍ରତ୍ୟେକ ଦିନ ବହୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତ ତଥା ସ୍ଥାନୀୟ ଜନସାଧାରଣ ଷ୍ଟଲ ନିକଟକୁ ଆସି ଆଗ୍ରହ ସହକାରେ ଧନ୍ଦାମୂଳକ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଏହା ସହିତ ଜଡିତ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ଏବଂ ସୁ ଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ। ଏଦିଗରେ ଜିଲ୍ଲା ଶିକ୍ଷା ବିଭାଗ ଆବଶ୍ୟକ ପଦକ୍ଷେପ ନେବ ବୋଲି ଉପସ୍ଥିତ ଶିକ୍ଷା ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ। ଏହି ସମଗ୍ର ଶିକ୍ଷା ଷ୍ଟଲ ନିକଟରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ,ଦଶପଲ୍ଲା ବ୍ଲକ ଶିକ୍ଷାଧିକାରୀ ଭକ୍ତ ବିନୋଦ ସଲ,ଓଡଗାଁ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ, ରଣପୁର ବ୍ଲକ ଶିକ୍ଷାଧିକାରୀ ବନଲତା ବେହେରା, ନୟାଗଡ଼ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଧନେଶ୍ୱର ସେଠୀ, ସଞ୍ଜୟ ମଲ୍ଲିକ,ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ,ସରୋଜ ସାହୁ,ଜିଲ୍ଲା ପ୍ରୋଗ୍ରାମର ସୁଦର୍ଶନ ସାହୁ,ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଧନ୍ଦାମୂଳକ ଶିକ୍ଷୟିତ୍ରୀ ରୋଜାଲିନ ମିଶ୍ର,ଉଷାରାଣୀ ପ୍ରଧାନ,ଆଶିଷ ସାମନ୍ତ,ବିଭୁ ପ୍ରସାଦ ନନ୍ଦ,ଅଜୟ ବିକ୍ରମ ବେହେରା,ଜିତେନ୍ଦ୍ର ନାୟକ ,ଅମ୍ବିକା ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ଦାମୂଳକ ଶିକ୍ଷା ସମ୍ପର୍କରେ ବୁଝାଇଥିଲେ।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *