ଦଶପଲ୍ଲା ର ପ୍ରସିଦ୍ଧ ଝାମୁ ଯାତ୍ରା ଅନୁଷ୍ଠିତ।

ନୟାଗଡ଼ ;ତା-୧୪/୦୪(ବିଏମସି ଟିଭି ଓଡ଼ିଆ)

ପ୍ରତି ବର୍ଷ ଭଳି ଚଳିତ ବର୍ଷ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ମାଳିସାହିର ଝାମୁ ଯାତ୍ରା। ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ୩ନମ୍ୱର ୱାର୍ଡ଼ ମାଳିସାହି ଗ୍ରାମରେ ଅତି ସୁନ୍ଦର ଭାବରେ ପଣା ସଂକ୍ରାନ୍ତି ଦିନ ଏହି ଝାମୁଯାତ୍ରା ପାଳନ କରନ୍ତି। ବର୍ଷର ଚୈତ୍ର ମାସ ରେ ଦଣ୍ଡକାଳୀ ବା ଦଣ୍ଡ ଠାକୁର ଙ୍କୁ ବାହାର କରି ୩୫ଜଣ ଦଣ୍ଡୁଆଙ୍କୁ ନେଇ ଧୂଳି ଦଣ୍ଡ ଖେଳିବା ସହିତ ଗାଁ କୁ ଗାଁ ବୁଲି ଦଣ୍ଡ ନୃତ୍ୟ କରି ଭକ୍ତଙ୍କ ମାନସିକ ମନସ୍କାମନା ପୂରଣ କରନ୍ତି। ସବୁଠାରୁ ବଡ଼ କଥା ହେଲା ମା ଦଣ୍ଡ କାଳୀଙ୍କୁ ନେଇ ଦଣ୍ଡୁଆ ମାନେ କରିଥିବା ସାଧନା କିଭଳି ସିଦ୍ଧି ଲାଭ ହେବ ସେଥିପାଇଁ ଦଣ୍ଡୁଆ ମାନଙ୍କୁ କରିବାକୁ ପଡ଼ିଥାଏ ଅନେକ ଉପବାସ। ଅର୍ଣ୍ଣ ଭକ୍ଷଣ ନ କରି କେବଳ ଦିନକୁ ଥରେ ମାତ୍ର ଭୋଗ ପଣା ସାରିଥାନ୍ତି ଏହି ଦଣ୍ଡୁଆ ଭାଇ ମାନେ। ଶେଷରେ ପଣା ସଂକ୍ରାନ୍ତି ଦିନ ନିଆଁ ଗାଡ଼ରେ ଚାଲି ମାଆଙ୍କୁ ମନ୍ଦିର ଭିତରେ ଛପାଇ ପାତାଳ ଗାମୀ କରିଥାନ୍ତି। ପୁଣି ଥରେ ମା ଦଣ୍ଡ କାଳୀଙ୍କୁ ଦେଖିବାକୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *