ବିଷମକଟକ ତାରିଣୀ ମା ଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଧୂମଧାମ ରେ ଅନୁଷ୍ଠିତ ।

ରାୟଗଡ଼ା ;ତା-୧୪/୦୪(ବିଏମସି ଟିଭି ଓଡ଼ିଆ)

ପ୍ରତି ବର୍ଷ ଭଳି ଚଳିତ ବର୍ଷ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ରାୟଗଡା ଜିଲ୍ଲା ର ବିଷମକଟକ ମା ତାରିଣୀ ଙ୍କ ଝାମୁ ଯାତ୍ରା ।ବିଷମକଟକ ଗ୍ରାମରେ ଅତି ସୁନ୍ଦର ଭାବରେ ପଣା ସଂକ୍ରାନ୍ତି ଦିନ ଏହି ଝାମୁଯାତ୍ରା ପ୍ରତିବର୍ଷ ପାଳନ କରନ୍ତି। ବର୍ଷର ଚୈତ୍ର ମାସ ରେ ମା ତାରିଣୀ ଙ୍କ ଛାମୁ ଯାତ୍ରା ରେ ଭକ୍ତଙ୍କ ମାନସିକ ମନସ୍କାମନା ପୂରଣ କରନ୍ତି।

ସବୁଠାରୁ ବଡ଼ କଥା ହେଲା ମା ତାରିଣୀ ଙ୍କ ସେବାୟତ ମାନେ କରିଥିବା ଏହି ଛାମୁ ଯାତ୍ରା ଶେଷରେ ପଣା ସଂକ୍ରାନ୍ତି ଦିନ ନିଆଁ ଗାଡ଼ରେ ଚାଲି ମାଆଙ୍କୁ ମନ୍ଦିର ଭିତରେ ଛପାଇ ପାତାଳ ଗାମୀ କରିଥାନ୍ତି। ପୁଣି ଥରେ ମା ତାରିଣୀ ଙ୍କୁ ଦେଖିବାକୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ।

ଆଜିର ଏହି ଛାମୁ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ମା ତାରିଣୀ ଭକ୍ତ ଶ୍ରଦ୍ଧାଳୁ ଭିଡ ଜମିବା ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଭକ୍ତ ମାନେ ବହୁ ସଂଖ୍ୟାରେ ମା ତାରିଣୀ ଙ୍କ ପ୍ରସାଦ ସେବନ କରି ଶାନ୍ତି ଅନୁଭବ କରିଥିଲେ ଏବଂ ଅତି ଖୁସିରେ ଅଗ୍ନି ଉପରେ ଭକ୍ତ ମାନେ ନାଚି ଉଠି ମା ତାରିଣୀ ଙ୍କ ମହିମା ଗୁଣଗାନ କରି ତାରିଣୀ ମା ଙ୍କୁ ବିସର୍ଜନ କରିଥିଲେ ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *