ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ସହ ଶେଷ ହେଲା ବରପାଲିର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା।

ସମ୍ବଲପୁର: ତା-୦୨/୦୫(ବିଏମସି ଟିଭି ଓଡିଆ)

ଵରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ମହେlତ୍ସବ ସପ୍ତାହ ବ୍ୟାପି ପାଳନ କରାଯାଇଥିଲା। ସୋମବାର ସନ୍ଧ୍ୟାରେ ଦେବଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ସହ ବରପାଲି ର ୧୪୮ ତମ ଶୀତଳ ଷଷ୍ଠୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାହିତ ହୋଇଛି । ରବିବାର ମଧ୍ୟ ରାତ୍ରରେ ଭଣ୍ଡାର ଗୃହ ଠାରୁ ଲମ୍ବାନି ଶୋଭାଯାତ୍ରା ବାହାରି ସୋମବାର ସକାଳ ପ୍ରାୟ ୭ଟାରେ ଗଙ୍ଗାଧର କ୍ଲବ ସମ୍ମୁଖରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଭକ୍ତ କପିଳେଶ୍ଵର ବାବା ଓ ମାତା ପାର୍ବତୀଙ୍କୁ ଦର୍ଶନ କରିଥିଲେ । କାଲିର ଲମ୍ବାନୀ ଶୋଭାଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରୁ ୨୫ ରୁ ଉର୍ଦ୍ଧ୍ବ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ସକାଳ ପ୍ରାୟ ୧୧ଟା ରେ ଗଙ୍ଗାଧର କ୍ଲବ ସମ୍ମୁଖରୁ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ପୁଣି ଭଣ୍ଡାର ଗୃହକୁ ପୂଜାର୍ଚ୍ଚନା ଦେବଦମ୍ପତ୍ତିଙ୍କୁ ନିଆଯାଇଥିଲା। ସନ୍ଧ୍ୟାରେ ମହତି ଭୋଗ ଲାଗି ହେବା ପରେ ଦେବଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ହୋଇଥିଲା। ସାରା ରାତି ସହର ଚଳଚଞ୍ଚଳ ରହିଥିଲା । ପାଗ ଅନୁକୂଳ ଥିବାରୁ ମୀନା ବଜାର, ନଟରାଜ ଉତ୍ସବରେ ମଧ୍ୟ ଦର୍ଶକଙ୍କ ବେଶ ଭିଡ ଦେଖା ଦେଇଥିଲା । ଭକ୍ତମାନଙ୍କୁ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ପ୍ରତିଷ୍ଠାନ ତରଫରୁ ପିଇବା ପାଣି ସରବତ ବିତରଣ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ତତ୍ପରତା ଯୋଗୁଁ ରୋଡ ରୋମିଓଙ୍କ ଦୌରାତ୍ମ୍ୟ ନଥିଲା। ଜନସାଧାରଣ ତଥା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ସହଯୋଗ ଯୋଗୁଁ ଚଳିତ ବର୍ଷ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *