ନୟାଗଡ ; ତା-୨୩/୦୧(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସମସ୍ତ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସମସ୍ତ ସଭାପତି, ସମ୍ପାଦକ ଏବଂ ନୋଡାଲ ଅଧିକାରୀ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ। କିନ୍ତୁ ମିଲର ୭କେଜିରୁ ୧୦କେଜି କଟନିଛଟନି କରି ନେବାକୁ ରାଜି ହେଉଛନ୍ତି।

ତେବେ ଚାଷୀ ଧାନ ଦେବା ପାଇଁ କଟନୀ ଛଟନୀ ହିସାବରେ ଚାଷୀ ଧାନ ଦେବାପାଇଁ ରାଜି ନ ହେବାରୁ ମିଲର ଧାନ ଉଠାଉନାହାନ୍ତି। ଜିଲ୍ଲାପାଳଙ୍କୁ ପତ୍ରମାଧ୍ୟମରେ ଜଣାଇଥିଲେ।

ଯଦି ମିଲର ଆସି ଧାନ ନ ଉଠାଏ ତାହାହେଲେ ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ ସୂଚନା ଦେଇଛନ୍ତି। କିନ୍ତୁ ଦୁଃଖର ବିଷୟ ଚାଷୀ ଖରା ବର୍ଷା ସହି ବହୁ କଷ୍ଟକରି ଫସଲ ଆଦାୟ କରୁଛି ହେଲେ ବାଧ୍ୟ ହୋଇ ଧାନ ବିକ୍ରି କରୁଛି। ଚାଷୀ ସବୁବେଳେ ନିଷ୍ପେସିତ ଅବସ୍ଥାରେ ରହିବା କଣ ଠିକ? ଉପରିସ୍ଥ ଅଧିକାରୀ ଏଥି ପ୍ରତି ଦୃଷ୍ଟିଦେଇ ତୁରନ୍ତ ସମସ୍ୟାର ସମାଧାନ କରାଗଲେ ଚାଷୀ ଉପକୃତ ହେବେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।