ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟଙ୍କ ହାତରେ ରୋଗୀଙ୍କ ଭାଗ୍ୟ।

ରାୟାଗଡା :ତା -୧୦/୦୩(ବିଏମସି ଟିଭି ଓଡିଆ)

ରାୟଗଡ ସଦର ସାଇପ୍ରିୟା ନଗର ଠାରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେଲା ଡାକ୍ତର ନିଯୁକ୍ତି ହେଇନାହାନ୍ତି।ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି ସେଠାରେ ଥିବା ଫାର୍ମାସିଷ୍ଟ। ସାଇପ୍ରିୟା ନଗର, ତୁମ୍ବିଗୁଡା ଗ୍ରାମ, ହାଉସିଙ୍ଗ ବୋର୍ଡ କଲୋନୀ, ଶ୍ରୀରାମ ନଗରରେ ବସବାସ କରୁଥିବା ପ୍ରାୟ ୧୦ ହଜାରରୁ ଉର୍ଧ୍ଵ ଜନସାଧାରଣଙ୍କ ଦେହ ଖରାପ ହେଲେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାଆନ୍ତି କାରଣ ରାୟଗଡ ମୂଖ୍ୟ ଚିକିତ୍ସାଳୟ ଉକ୍ତ ଅଞ୍ଚଳରୁ ପ୍ରାୟ ୩ କିଲୋମିଟର ଦୂରତାରେ ରହିଛି। ରାଜ୍ୟ ସରକାର ଜନସାଧାରଣ କିଭଳି ଭାବରେ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇ ପାରିବେ ସେ ନେଇ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥାପନ କରିଥିଲେ କିନ୍ତୁ ଆବଶ୍ୟକୀୟ ପଦବୀ ବିଶେଷ କରି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ବହୁ ସମୟରେ ଡାକ୍ତରଙ୍କ ଅଭାବ ପାରିଲିକ୍ଷିତ ହୋଇଥାଏ ଯାହା ଦ୍ୱାର ରୋଗୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।

ସାଇପ୍ରିୟା ନଗର ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଭାବେ ଡାକ୍ତର ରହୁନଥିବାରୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥି ଯୋଗୁଁ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବା ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ଉକ୍ତ ସ୍ମାରକ ପତ୍ରରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି କରିବା ସହ ବିଭିନ୍ନ ରୋଗ ନିରୂପଣ ନିମନ୍ତେ ପରୀକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ମହଜୁଦ ରଖିବା ଓ ନିୟମିତ ବ୍ୟବଧାନରେ କିଛି ବିଶେଷଜ୍ଞ ଡାକ୍ତରଙ୍କୁ ଚିକିତ୍ସା ପ୍ରଦାନ ନିମନ୍ତେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି କରିବା ନେଇ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି।ଯଦି ଏକ ମାସ ମଧ୍ୟରେ କରାଯାଇଥିବା ଦାବିରେ ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ମଧ୍ୟ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି। ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଟ୍ରଷ୍ଟର ସଭ୍ୟ ଶ୍ରୀ ଲାଡ଼ି ଚନ୍ଦ୍ରମୌଳି ,ଟି ,ଏନ ,ରାଓ ,ଶଙ୍କର ରାଓ ,ଦାମୋଦର ବାବୁ ,ଅରୁଣ କୁମାର ସାହୁ ,ଭି ,ଜି ,ଏସ ଏସ ପ୍ରସାଦ ,ଆନନ୍ଦ ଗୌଡ଼ ,ଜଗଦୀଶ ପ୍ରସାଦ ଦାଶ ପ୍ରମୁଖ ଉକ୍ତ ସ୍ମାରକ ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ରାୟଗଡା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିସା।

Leave a Reply

Your email address will not be published. Required fields are marked *