ମାଲକାନଗିରି ; ତା-୨୨/୦୧(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା ଆଶ୍ରମ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁଡୁମୁଳୁଗୁମ୍ମା ଗୋଷ୍ଠି ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ପରକନମାଳା ସରପଞ୍ଚ ମେନକାଶ୍ରୀ ଶିଶା, ଖଇରପୁଟ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସନ୍ତୋଷ

କୁମାର ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ଖରା, ସାମ୍ବାଦିକ ହିମାଂଶୁ ଶେଖର ସ୍ୱାଇଁ, ବରିଷ୍ଠ ଶିକ୍ଷକ ଲଷ୍ମୀ ନାରାୟଣ ରଥ, ହାତୀଆମ୍ବା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ମଣ୍ଡଳ, ରାସବେଡ଼ା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ସମସ୍ତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରିଥିଲେ ଓ ଛାତ୍ରଛାତ୍ରୀ ମାନେ ସମବେତ କଣ୍ଠରେ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀ ନାୟକ ବିଦ୍ୟାଳୟର ବିଭିନ୍ନ ଉପଲବ୍ଧି ଓ ସମସ୍ୟା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ତା ମଧ୍ୟରୁ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହ ସହ ଗୋଟିଏ ନଳକୂପର ଆବଶ୍ୟକତା, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ନିମନ୍ତେ ଅତି କମରେ ଦୁଇଟି ନିବାସ ନିର୍ମାଣ, ବାଳକ ଅନ୍ତେବାସୀଙ୍କ ନିମନ୍ତେ ଆଶ୍ରମ ଛାତ୍ରାବାସ, ଆଶ୍ରମ ଛାତ୍ରାବାସ ପାଇଁ ଏକ ସିସିଏ, ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୌଚାଳୟ ବେବସ୍ତା, ଛାତ୍ରୀ ନିବାସ ଚତୃପାର୍ଶ୍ୱରେ ପଚାରି ମରାମତି ଭଳି ବିଭିନ୍ନ ସମସ୍ୟା ଜଣାଇଥିଲେ।

ସମସ୍ତ ଅତିଥି ନିଜ ନିଜର ଉଦବୋଧନ ରଖିଥିଲେ। ଏହାପରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସା°ସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ ଯାହାକୁ ସମସ୍ତେ ଉତ୍ସୁକତାର ସହ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ନିମନ୍ତେ ବିଦ୍ୟାଳୟର ଶିକ୍ଷୟତ୍ରୀ ନମିତା ସାହୁ,ଶିକ୍ଷୟତ୍ରୀ ସୁଶ୍ରୀୟା ମହାରଣାଙ୍କ ସହିତ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲା ବେଳେ ଶିକ୍ଷକ ବିଭୁଦତ୍ତ ତ୍ରିପାଠୀ ମଞ୍ଚପରିଚାଳନା କରିଥିଲେ।

ମାଲକାନଗିରି ରୁ ହିମାଂଶୁ ସେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।